Home କେନ୍ଦୁଝର ଆଉ ନାହାନ୍ତି ହରିଭକ୍ତ ହରିହର

ଆଉ ନାହାନ୍ତି ହରିଭକ୍ତ ହରିହର

117

ହାଟଡିହି- ୨୯ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଉ ନାହାନ୍ତି ବୈଷ୍ଣବ ଧର୍ମର ବରିଷ୍ଠ ଭକ୍ତ ହରିହର । ହାଟଡିହି ବ୍ଲକ ଅଧିନସ୍ଥ ଷଡଙ୍ଗ ପଞ୍ଚାୟତ ନସିରିପୁର ଗ୍ରାମର ଜଣେ ହରିଭକ୍ତ ଭାବେ ପରିଚିତ ହରିହର ସେନାପତିଙ୍କ ୮୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ବୈଷ୍ଣବ ଧର୍ମର ଜଣେ ବରିଷ୍ଠ ଭକ୍ତ ଥିଲେ । ସେ କିଛିଦିନ ହେଲା ଶାରିରୀକ ଅସୁସ୍ଥ ଥାଇ ଘରେ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ସମଗ୍ର ଷଡଙ୍ଗ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକଖବର ପାଇ ଷଡଙ୍ଗ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଭାଇ, ଭାଇବୋହୁ, ପୁତ୍ର, ପୁତ୍ରବଧୂ, ଝିଅ, ଜ୍ୱାଇଁ, ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସାନଭାଇ ଡ. ନାରାଣ ସେନାପତିଙ୍କ ତତ୍ୱାବଧାନରେ ଡ.ଜ୍ଞାନରଞ୍ଜନ ସେନାପତି,ଜ୍ୟୋତିରଞ୍ଜନ ସେନାପତି, ଆଦିତ୍ୟ ସେନାପତି, ସୁବାସ ସେନାପତି, ଅଚ୍ୟୁତାନନ୍ଦ ସା, ପ୍ରମୋଦ ସେନାପତି, ବଳରାମ ସା, ଶଙ୍କର୍ଷଣ ସ୍ୱାଇଁ, ରତ୍ନାକର ସା, ନକୁଳ ସ୍ୱାଇଁ, ରମେଶ ଚନ୍ଦ୍ର ମିଶ୍ର, ଜଗନ ସେନାପତି, ଜୀବନ େ;ସନାପତି, ଅଭିଜିତ, ଅରୁଣଙ୍କ ସମେତ ବହୁ ଲୋକ ଉପସ୍ଥିତ ରହି କୋଭିଡ ଗାଇଡଲାଇନ ଅନୁଯାୟୀ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରିଥିଲେ । ସାନପୁଅ ସୁବାସ ସେନାପତି ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.