Home କେନ୍ଦୁଝର ବିଜେପି ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ବିଜେପି ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

42

ହାଟଡିହି- ୨୯ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ବାତ୍ୟା ୟାସରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଭାରତୀୟ ଜନତାପାର୍ଟି ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । ଆନନ୍ଦପୁରର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ୱରେ ଆଜି ସଢ଼ା ଓ ଅକରୁଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବାତ୍ୟା କ୍ଷତିଗ୍ରସ୍ତ ମାନଙ୍କୁ ପଲିଥିନି, ଚୁଡା, ବିସ୍କୁଟ, ଚା, ଚିନି ଆଦି ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । ଏହିକାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ହାଟଡିହି ବଣ୍ଡଳ ସଭାପତି କୈଳାଶ ସାମଲ, ବଞ୍ଚୋ ମଣ୍ଡଳ ସଭାପତି ଶଶିକାନ୍ତ ରାଉତ, ବରିଷ୍ଠ ନେତା ସୁଶାନ୍ତ ଜେନା, ବସନ୍ତ ବେହେରା, ଅଭିନ୍ନ ରାଉଳ ଓ ମଧୁସୁଦନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.