Home ଓଡ଼ିଶା ହାଇୱା ପଥର ଗାଡି ଧକ୍କାରେ ଯୁବକ ଗୁରୁତର

ହାଇୱା ପଥର ଗାଡି ଧକ୍କାରେ ଯୁବକ ଗୁରୁତର

26

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୧୧ – ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳ ରେ ପ୍ରତିଦିନ ଶହ ଶହ ହାଇୱା ଭାରାକ୍ରାନ୍ତ ପଥର ଗାଡି ଓ ବାଲି ଗାଡି ବିନା କାଗଜ ପତ୍ର ରେ ଦୃତ ଗତି ରେ ଯାତାୟତ କରିବା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି । ଗତ ୭ ତାରିଖ ସଂନ୍ଧ୍ୟା ରେ ଚମ୍ପତିପୁର ମନ୍ଦାକିନୀ ନଦୀ ବ୍ରିଜ୍ ନିକଟରେ ଓ ଡି ୦୨ ଏଭି ୦୯୮୬ ନମ୍ବର ବିଶିଷ୍ଟ ହାଇୱା ଗାଡି ଟି ଦୁର୍ଘଟଣା ଘଟାଇଥିଲା ।

ଯାହାଫଳ ରେ ଖୋର୍ଦ୍ଧା ପାନବରଜ ଗ୍ରାମ ର  ଅରୁଣ ସାମନ୍ତରାୟ ଓରଫ୍ କାଳିଆ (୪୨) ଗୁରୁତର ଭାବେ ଆହାତ ହୋଇ ଭୂବନେଶ୍ୱର ଏମ୍‌ସ ଡାକ୍ତରଖାନା ରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ସେ ରଣପୁର ରୁ ନିଜ ଶଶୁର ଘର ପିମ୍ପଲ ଗ୍ରାମ କୁ ମଟର ସାଇକେଲ ଯୋଗେ ଯାଉଥିଲେ । ଦୁର୍ଘଟଣା ଘଟାଇ ହାଇୱା ଗାଡି ଡ୍ରାଇଭର ରଣପୁର ଥାନା ସାମ୍ନାରେ ଗାଡି ଥୋଇ ଗାଡି ଚାବୀ ପୋଲିସ ଜୀମା ଦେଇ ଫେରାର ହୋଇଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.