Home ଓଡ଼ିଶା କଙ୍ଗାରୁ କୋର୍ଟ ର ଜୋରିମାନା ଯୋଗୁଁ ଯୁବକ ଙ୍କ ଆତ୍ମହତ୍ୟା

କଙ୍ଗାରୁ କୋର୍ଟ ର ଜୋରିମାନା ଯୋଗୁଁ ଯୁବକ ଙ୍କ ଆତ୍ମହତ୍ୟା

69

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୧୧ – ନୟାଗଡ ଜିଲ୍ଲା ରଣପୁର ଥାନା ର ବିଗ୍ନ୍ ଗ୍ରାମ ରେ କଙ୍ଗାରୁ କୋର୍ଟ ଚାଲୁଥିବା ଅଭିଯୋଗ ହେଉଅଛି । ହେଲେ ପ୍ରଶାସନ ର ସଚେତନତା କାର୍ଯ୍ୟ କରୁନାହିଁ  ା କଙ୍ଗାରୁ କୋର୍ଟ ରେ ଜୋରିମାନା ଆଦାୟ କରି ଗ୍ରାମ ସଭାପତି ଗ୍ରାମ କୋଠ ଫଣ୍ଡ କୁ ବଢାଇବାରେ ଲାଗିଛନ୍ତି । କଙ୍ଗାରୁ କୋର୍ଟ ରେ ଜୋରିମାନା ଦେଇ  କିଏ ଗ୍ରାମ ରୁ ଘରଦ୍ୱାର ବିକି ପଳାଉଛି ତ ଆଉ କିଏ ଜୋରିମାନା ଦେଇ ଅପମାନିତ ହୋଇ ଆତ୍ମହତ୍ୟା କରୁଛି ।  ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଖତିଆ ଗ୍ରାମରେ । ଖତିଆ ଗ୍ରାମ ର ମନୋଜ ବେହେରା ନାମକ ଜଣେ ଯୁବକ ତାଙ୍କ ଗ୍ରାମ ର ଜଣେ ସମ୍ପକିୟ ଲୋକ ଙ୍କୁ ନେଇ ଦର୍ପନାରାୟଣପୁର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଯାଇଥିଲେ । ଚିକିତ୍ସା ରେ ଅବହେଳା ଯୋଗୁଁ ଡାକ୍ତରଖାନା ରେ ପାଟିତୁଣ୍ଡ କରିଥିଲେ । ଡାକ୍ତର ଅପମାନିତ ହୋଇ ଖତିଆ ଗ୍ରାମ ରେ ଅଭିଯୋଗ କରିଥିଲେ । ଏହା ଶୁିଣି ମନୋଜ ବେହେରା  ଡାକ୍ତର ଙ୍କ ନିକଟ କୁ ଯାଇ କ୍ଷମା ପ୍ରାର୍ଥନା କରିଥିଲେ । ତା ପରେ ବି ଖତିଆ ଗ୍ରାମ ର ସଭାପତି ଭାଗବତ  ଭୁୟାଁ ଗ୍ରାମ ରେ କଙ୍ଗାରୁ କୋର୍ଟ ଡାକିଥିଲେ ।

କଙ୍ଗାରୁ କୋର୍ଟ ରେ ମନୋଜ ବେହେରା ଙ୍କୁ ୮ ହଜାର ୧ ଶହ ଟଙ୍କା ଗତ ୭ ତାରିଖ ରାତି ରେ କରାଯାଇଥିଲା ।  ଜୋରିମାନା ଦାଖଲ ପରେ ମଧ୍ୟ କଙ୍ଗାରୁ କୋର୍ଟ ଗ୍ରାମବାସୀ ଙ୍କ ସମ୍ମୁଖରେ ପୁଣିଥରେ ୮ ତାରିଖ ସକାଳୁ କ୍ଷମା ମାଗିବା ପାଇଁ ନିଷ୍ପତି ଦେଇଥିଲା । ମନୋଜ ବେହେରା ପୁରୀ ଜିଲ୍ଲା ସାତପଡା ଅଂଚଳ ରେ ଜଣେ ଠିକାଦାର ଭାବେ କାର୍ଯ୍ୟ କରନ୍ତି କଙ୍ଗାରୁ କୋର୍ଟ ର ଏଭଳି ନିଷ୍ପତି ରେ ଅପମାନିତ ହୋଇ ୮ ତାରିଖ ସକାଳୁ ଲୁଣିସାହି ଖତିଆ ରାସ୍ତା ର ଏକ ଆମ୍ବ ଗଛ ରେ ଏକ ଗାମୁଛା ସାହାଯ୍ୟ ରେ  ବେକ ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ମନୋଜ ବେହେରା ଙ୍କ ସ୍ତ୍ରୀ ମିତାଞ୍ଜଳି ବେହେରା ରଣପୁର ଥାନା ରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଶବ ଜବତ କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ  ପଞ୍ଚନାମା ପାଇଁ ପଠାଇ ପଞ୍ଚନାମା ପରେ ଶବ କୁ ତାଙ୍କ ପରିବାର ବର୍ଘ ଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ରଣପୁର ଥାନା ରେ ଏକ ମାମଲା ରୁଜୁ ସହ ପୋଲିସ କଙ୍ଗାରୁ କୋର୍ଟ ସର୍ମ୍ପକେ ତଦନ୍ତ ଜାରି ରଖିଛି । ଖତିଆ ଗ୍ରାମ ରେ କଙ୍ଗାରୁ କୋର୍ଟ ମାଧ୍ୟମ ରେ ଅନେକ କୋଠ ସମ୍ପତି ରଖିଥିବା ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.