Home ଓଡ଼ିଶା ଆଦିବାସୀ ଅଧ୍ୟୁଷିତ ଜାମୁଗଣ୍ଡ ରୁ ନକଲି ଡାକ୍ତର ଗିରଫ

ଆଦିବାସୀ ଅଧ୍ୟୁଷିତ ଜାମୁଗଣ୍ଡ ରୁ ନକଲି ଡାକ୍ତର ଗିରଫ

26

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୧୧- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ବନ୍ଦମୁଣ୍ଡା ଗ୍ରାମ ପଞ୍ଚାୟତ ରିଜର୍ଭ ଜଙ୍ଗଲ ମଧ୍ୟରେ ଥିବା ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ । ଏହି ଅଂଚଳ ରେ ଏବେବି ସ୍ୱାସ୍ଥ୍ୟ ସେବା ଅପହଂଚ । ଯାହାର ସୁବିଧା ନେଇ ଗାଁ ବୈଦ୍ୟ ଓ ନକଲି ଡାକ୍ତରମାନେ ଆଦିବାସୀ ମାନଙ୍କୁ ଶୋଷଣ କରି ଚାଲିଥିଲେ । ଯାହାକୁ ନେଇ ନଭେମ୍ବର ୫ ତାରିଖ ଓଡିଆ ପୁଅ ରେ ଏକ ଖବର ପ୍ରକାଶନ ହୋଇଥିଲା ।

ଖବର ପ୍ରକାଶନ ପରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ର ଜିଲ୍ଲା ସ୍ୱାସ୍ଥ୍ୟ ସେବା ଦଳ ସହ ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ତାକ୍ତର  ବୈଦ୍ୟନାଥ ନନ୍ଦ ଙ୍କୁ ନଭେମ୍ବର ୮ ତାରିଖ ରେ  ଘଟଣା ର ସତ୍ୟତା ସର୍ମ୍ପକ ରେ ଅନୁସନ୍ଧାନ ପାଇଁ ପଠାଇ ଥିଲେ ସ୍ୱାସ୍ଥ୍ୟ ବିଭାଗ ଦଳ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଜାମୁଗଣ୍ଡ ଗ୍ରାମ କୁ ଯାଇ ସେଠାରେ ଏକ ନକଲି ଡାକ୍ତର ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଥିବା ଦେଖିବାକୁ ପାଇଥିଲେ ।  ନକଲି ଡାକ୍ତର ଜଣଙ୍କ ହେଉଛନ୍ତି ନୟାଗଡ ଜିଲ୍ଲା ଗୋଡିପଡା ଫାଣ୍ଡି ଅନ୍ତର୍ଗତ ପଞ୍ଚୁମୁ ଗ୍ରାମ ର ଜଗନ୍ନାଥ ମହାପାତ୍ର । ତାଙ୍କୁ ଧରି ସ୍ୱାସ୍ଥ୍ୟ ବିଭାଗ ଦଳ ଚାନ୍ଦପୁର ଥାନା ରେ ଜୀମା ଦେଇଥିବା ଜଣାପଡିଛି । ପୋଲିସ ତାଙ୍କୁ ଗିରଫ କରି ତାଙ୍କର ବୈଧତା ସର୍ମ୍ପକ ରେ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.