Home କୋରାପୁଟ ଗ୍ରାମକୁ ରାସ୍ତା ନ ଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ଗ୍ରାମକୁ ରାସ୍ତା ନ ଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

49

କୋରାପୁଟ ୧୧-୦୩(ଓଡିଆ ପୁଅ /ରଂଜନ ଦାସ) ସ୍ୱାଧୀନତାର  ୭୪ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ ,ରାସ୍ତା ନ ଥିବାରୁ ଗ୍ରାମବାସୀମାନେ ସମସ୍ତ ମୈାଳିକ ସୁବିଧାରୁ ବଂଚିତ ହେଉଛନ୍ତି ।ସେହିଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ବ୍ଲକ ଅନ୍ତର୍ଗତ ସୁକୁ ପଂଚାୟତର ମାଳିଗୁଡା ଗ୍ରାମରେ ।ଗ୍ରାମର ଗର୍ଭବତୀ ରଇଲା ଗୈାଡ ଯନ୍ତ୍ରଣା ଅନୁଭବ କରିବାରୁ ଗ୍ରାମବାସୀମାନେ ୧୦୮ ଆମ୍ବୁଲାନସକୁ ଫୋନ କରିଥିଲେ ।ରାସ୍ତା ନ ଥିବାରୁ ଗ୍ରାମଠାରୁ ୨ କିମି ଦୂର ପିତ୍ରେଇ ଗ୍ରାମ ନିକଟରେ ଆମ୍ବୁଲାନଓ ଅଟକି ରହିଥିଲା ।ଗର୍ଭବତୀ ମହିଳାଙ୍କୁ ସାହାର୍ଯ୍ୟ କରିବାକୁ ଆମ୍ବୁଲାନସ ଡ୍ରାଇଭର କିରଣ ଚୈାଧୁରୀ ଓ ଫର୍ମାଶିଷ୍ଟ ସନ୍ଦୀପ କୁମାର ଷ୍ଟ୍ରେଚର ଧରି ଗ୍ରାମକୁ ଯାଇଥିଲେ ।ଗ୍ରାମବାସୀଙ୍କ ସହୟତାରେ ଡ୍ରାଇଭର ଓ ଫର୍ମାଶିଷ୍ଟ ଗର୍ଭବତୀ ମହିଳାଙ୍କୁ  ୨କିମି ରାସ୍ତାରେ ବୋହି ଆମ୍ବୁଲାନସ ନିକଟକୁ ଆଣି ନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।ସ୍ୱାସ୍ଥ୍ୟକେନ୍ଦ୍ରର ସଂକୁଚିତ ପରିସର ମଧ୍ୟରେ ଆମ୍ବୁଲାନସଟି ଓାର୍ଡ ନିକଟରେ ପହଂଚିପାରି ନ ଥିଲା ଫଳତଃ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ଓାର୍ଡକୁ ନେବା ସମୟରେ ହିଁ ଏକ ଶିଶୁକନ୍ୟାକୁ ରଇଲା ଜନ୍ମ ଦେଇଥିଲେ । ଆମ୍ବୁଲାନସ ଡ୍ରାଇଭର ଓ ଫର୍ମାଶିଷ୍ଟଙ୍କ ମାନବିକତା ଦେଖାଇ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରିଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.