Home ଓଡ଼ିଶା ହାଇଦ୍ରାବାଦ୍ ଡକ୍ଟରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା : ଦୁଷ୍କର୍ମ ପୀଡ଼ିତାଙ୍କର ପରିଚୟ ପ୍ରକାଶ କରିବା...

ହାଇଦ୍ରାବାଦ୍ ଡକ୍ଟରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା : ଦୁଷ୍କର୍ମ ପୀଡ଼ିତାଙ୍କର ପରିଚୟ ପ୍ରକାଶ କରିବା ଉପରେ Facebook ଏବଂ Twitterକୁ ନୋଟିସ

693

ହାଇଦ୍ରାବାଦ୍/ନୂଆ ଦିଲ୍ଲୀ (ଓଡ଼ିଆ ପୁଅ) ହାଇଦ୍ରାବାଦ୍ ଡକ୍ଟରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୁଷ୍କର୍ମ ପୀଡ଼ିତାଙ୍କର ପରିଚୟ ପ୍ରକାଶ କରିବା ଉପରେ ଦିଲ୍ଲୀ ହାଇକୋର୍ଟ Facebook-Twitter କୁ ନୋଟିସ ଜାରୀ କରିଛନ୍ତି।

ଦିଲ୍ଲୀ ହାଇକୋର୍ଟରେ ଦାୟର ଯାଚିକା ଅନୁସାରେ, ଦୁଷ୍କର୍ମ ପୀଡ଼ିତାଙ୍କର ପରିଚୟ ଏବଂ ମାମଲାରେ ଚାରିଜଣ ଅଭିଯୁକ୍ତଙ୍କର ବିଷୟରେ ବିସ୍ତୃତ ରିପୋର୍ଟ ପ୍ରକାଶିତ କରିବା ଭାରତୀୟ ଦଣ୍ଡ ସଂହିତାର ଧାରା ୨୨୮-ଏ ର ଉଲ୍ଲଂଘନ କରାଯାଇଛି।

ଗତ ଶୁଣାଣି ସେମାନଙ୍କୁ ହାଜର ହେବାପାଇଁ କୁହାଯାଇଥିଲା। କିନ୍ତୁ ଏବେ ଦିଲ୍ଲୀ ହାଇ କୋର୍ଟର ଚିଫ ଜଷ୍ଟିସ ଡିଏନ ପଟେଲ ଏବଂ ଜଷ୍ଟିସ ସି ହରିଶଙ୍କର ଖଣ୍ଡପୀଠ ନୋଟିସ ଜାରୀ କରିଛନ୍ତି। ଏକ ନ୍ୟୁଜ ପୋର୍ଟାଲ ବିରୁଦ୍ଧରେ ମଧ୍ୟ ଏହା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହିପରି ଏକ ଅନ୍ୟ ମିଡ଼ିଆ ସଂସ୍ଥା ଶପଥ ପତ୍ର ଦାଖଲ କରି କୋର୍ଟ ସାମନାରେ କ୍ଷମା ମାଗିଛି। ଆସନ୍ତା ଶୁଣାଣି ୧୧ ଫେବ୍ରୁଆରୀରେ ହେବ।

ଏହା ପୂର୍ବରୁ ୧୬ ଡିସେମ୍ବରର ଶୁଣାଣିରେ ହାଇକୋର୍ଟ ପୀଡ଼ିତାଙ୍କର ପରିଚୟ ପ୍ରକାଶ କରିଥିବା ମିଡ଼ିଆ ସଂସ୍ଥାକୁ କ୍ଷମା ମାଗିବା ପାଇଁ ଆଦେଶ ଦେଇଥିଲେ। ଏହି ଯାଚିକା ଚିରାଗ ମଦାନ ଏବଂ ସାଇ କୃଷ୍ଣା କୁମାର ଦାୟର କରିଛନ୍ତି। ଏହି ଭୁଲ ପାଇଁ ୨ ବର୍ଷର କାରାଦଣ୍ଡ ଏବଂ ଜରିମାନା ଲଗାଯାଇପାରେ। ଯାଚିକା ଅନୁସାରେ ବିଭିନ୍ନ ଅନଲାଇନ ପୋର୍ଟାଲ୍ସଙ୍କ ଦ୍ଵାରା ନିୟମର ଉଲ୍ଲଂଘନ କରାଯାଇଛି ଏବଂ ସେମାନଙ୍କର ଫଟୋ ତଥା ନାମ ପ୍ରକାଶିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.