Home ଓଡ଼ିଶା ସକାଳେ ମାତୃ ବିୟୋଗ, ସନ୍ଧ୍ୟାରେ ଜିଲ୍ଲା ସଭାପତି

ସକାଳେ ମାତୃ ବିୟୋଗ, ସନ୍ଧ୍ୟାରେ ଜିଲ୍ଲା ସଭାପତି

346

ଭୁବନେଶ୍ୱର: ରାଜ୍ୟ ବିଜେପି ଆଜି ତାର ଜିଲ୍ଲା ସଭାପତି ଗୁଡ଼ିକ ଘୋଷଣା କରିଛି। ଖୋର୍ଦ୍ଧା ଜିଲ୍ଲା ସଭାପତି ହୋଇଛନ୍ତି ରଶ୍ମି ରଞ୍ଜନ ମହାପାତ୍ର। ଗତ ଥର ଜିଲ୍ଲା ସଭାପତି ଭାବରେ ଶେଷ ଯାଏଁ ରଶ୍ମି ମହାପାତ୍ରଙ୍କ ନାମ ଆଲୋଚନା ହେଉଥିଲେ ମଧ୍ୟ ଶେଷ ସମୟରେ ତାହା କଟି ଯାଇଥିଲା।ଜିଲ୍ଲା ସଭାପତି ହେବା ପାଇଁ ରଶ୍ମି ମହାପାତ୍ରଙ୍କର ଦୀର୍ଘ ଦିନର ଅଭିଳାଷ ଥିଲା।ଆଜି ତାହା ପୂରଣ ହୋଇଛି।କିନ୍ତୁ, ସୁଖ ସହ ଏକ ଦୁଃଖଦ ଘଟଣା ମଧ୍ୟ ଆଜି ରଶ୍ମି ମହାପାତ୍ରଙ୍କ ସହିତ ଘଟିଯାଇଛି।ନିଜ ମା’ ଙ୍କର ଅନ୍ତେଷ୍ଟି କ୍ରିୟା ସାରି ଫେରୁଥିବା ସମୟରେ ରାଜ୍ୟ କାର୍ଯ୍ୟାଳୟରୁ ସେ ଖୋର୍ଦ୍ଧା ଜିଲ୍ଲା ସଭାପତି ହେବା ସୂଚନା ପାଇଛନ୍ତି।ସନ୍ଧ୍ୟା ୬ଟା ପାଖାପାଖି ସେ ଏହି ସୂଚନା ପାଇବା ପୂର୍ବରୁ ସକାଳ ୬ଟାରେ ସେ ତାଙ୍କ ମା’ ଙ୍କୁ ହରାଇଛନ୍ତି।ମା’ ତାଙ୍କର ଏବେ କିଛି ଦିନ ହେଲା ଅସୁସ୍ଥ ଥିଲେ।ଏବଂ ଏବେ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ।ସାଲାଇନ ଲାଗିବା ସହ ସେ ଘରେ ଥିଲେ।ଗତ ରାତିରେ ରଶ୍ମି ମହାପାତ୍ର ମା’ ଙ୍କର ସେବା କରିଥିଲେ।ମା’ କହିଥିଲେ, “ମୁଁ ଆଉ ବଞ୍ଚିବିନି”।ପୁଅ ରଶ୍ମି କହିଥିଲେ, “ରହ ମୋ ଜିଲ୍ଲା ସଭାପତି ଘୋଷଣା ତତେ ଶୁଣିବାର ଅଛି”।ରଶ୍ମି ମହାପାତ୍ରଙ୍କ ଦୀର୍ଘ ଦିନର ଇଚ୍ଛା ପୂରଣ ହେଲା।ତାଙ୍କ ନାମ ଘୋଷଣା ହେଲା।କିନ୍ତୁ ଦୁଃଖ ରହିଗଲା, ସେ ସଭାପତି ହେବା ମା’ ତାଙ୍କର ଶୁଣି ପାରିଲେ ନାହିଁ।/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.