Home ଅପରାଧ ହରିଚନ୍ଦନପୁର ଡାକ୍ତର ଘଟଗାଁରେ, ଶହଶହ ରୋଗୀ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ, ପ୍ରଶାସନର ଦୃଷ୍ଟି ପଡ଼ିବ କେବେ...

ହରିଚନ୍ଦନପୁର ଡାକ୍ତର ଘଟଗାଁରେ, ଶହଶହ ରୋଗୀ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ, ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?

385

ହରିଚନ୍ଦନପୁର,ତା ୨୧ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦିନ ୧୨ଘଟିକା ସମୟରୁ ୫ଘଟିକା ସମୟ ପର୍ଯ୍ୟନ୍ତ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରିଛନ୍ତି, ଯାହା ଫଳରେ ନାହିଁ ନଥିବା ଅସୁବିଧାରେ ହରିଚନ୍ଦନପୁର ଅଞ୍ଚଳବାସୀ । ଖବର ଅନୁଯାୟୀ ଗତ ସେପ୍ଟେମ୍ବର ୩୧ ତାରିଖ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଦାୟିତ୍ଵ ଡ଼ ମୁକ୍ତିକାନ୍ତ ନାୟକଙ୍କୁ ଦିଆଯାଇଥିଲା । ସେ କାର୍ଯ୍ୟ ନେବା ପରେ ତାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଠ ହୋଇ କାର୍ଯ୍ୟରତ ଡାକ୍ତରମାନେ ଛୁଟିରେ ରହୁଛନ୍ତି । ତେଣୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୋଟିଏ ଡାକ୍ତରରେ ଚାଲିଛି । ଶୁକ୍ରବାର ହରିଚନ୍ଦନପୁରର ସାପ୍ତାହିକ ହାଟ ଥିବାରୁ ବ୍ଲକର ବିଭିନ୍ନ ଅଞ୍ଚଳରୁ ସମସ୍ତ ଶ୍ରେଣୀର ଲୋକମାନେ ଏଠାକୁ ଆସିଥାନ୍ତି । ଏହି ଦିନ ହାଟ ବୁଲିବା ସହ ପନିପରିବା, ଖାଦ୍ୟ ସାମଗ୍ରୀ, ବିଭିନ୍ନ ସାମଗ୍ରୀ ସହ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟ କରିଥାନ୍ତି । ଲୋକଙ୍କ ଭିଡ଼କୁ ନେଇ ଏଅଞ୍ଚଳର ସମସ୍ତ କାର୍ଯ୍ୟାଳୟ ଓ ବଜାର ଚଳଚଞ୍ଚଳ ହୋଇଉଠେ । ଦୂର ଦୁରାନ୍ତରୁ ଆସୁଥିବା ଲୋକମାନେ ବିଭିନ୍ନ କାର୍ଯ୍ୟ କରିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଡାକ୍ତରଙ୍କୁ ସ୍ବାସ୍ଥ୍ୟ ଦେଖାଇ ଔଷଧ ନେଇଥାନ୍ତି । ହେଲେ ଆଜି ଶୁକ୍ରବାର ସହ ରୋଗୀଙ୍କ ଭିଡ଼ ସତ୍ବେ ଡାକ୍ତରଖାନାରେ ଡାକ୍ତର ନରହି ଘଟଗାଁରେ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରିବାର ଉଦ୍ଦେଶ୍ୟ କ’ଣ । ଯାହା ଫଳରେ ଦୂରଦୁରାନ୍ତରୁ ଆସିଥିବା ଶହଶହ ରୋଗୀ ସ୍ବାସ୍ଥ୍ୟ ସେବା ନପାଇ ନିରାଶ ହୋଇ ଘରକୁ ଫେରିଲେ । ଚିକିତ୍ସା କେନ୍ଦ୍ରରେ ଗୋଟିଏ ଡାକ୍ତର ଥିବା ବେଳେ କାହା ନିର୍ଦ୍ଦେଶରେ ଡାକ୍ତରଖାନା ଛାଡି ଡାକ୍ତର ଘଟଗାଁରେ କାର୍ଯ୍ୟ କଲେ ତାହାକୁ ସ୍ବାସ୍ଥ୍ୟ ବିଭାଗ ଉପରେ ଉଠିଛି ବଡ଼ ପ୍ରଶ୍ନ । ସ୍ବାସ୍ଥ୍ୟ କେନ୍ଦ୍ରରେ ଦାନ୍ତ ଓ ବର୍ହିବିଭାଗ, ଶିଶୁ ବର୍ହି ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଓ ସାଧାରଣ ବର୍ହି ବିଭାଗ ବନ୍ଦ ରହିଥିବା ବେଳେ ଦୂରଦୁରାନ୍ତରୁ ଆସିଥିବା ରୋଗୀମାନେ ଡାକ୍ତର ନଥିବା ସହ ବନ୍ଦ ଥିବା କାରଣରୁ ବାଧ୍ୟ ହୋଇ ସ୍ବାସ୍ଥ୍ୟ ସେବା ନିମନ୍ତେ ଆୟୁଷ୍ ବର୍ହି ବିଭାଗରେ ଲମ୍ବା ଲାଇନ ଲଗାଇ ଠିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଥିସହ ଅନେକ ରୋଗୀ ଡାକ୍ତରଙ୍କୁ ଅପେକ୍ଷା କରି ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଘଣ୍ଟା ଘଣ୍ଟା ବସି ଡାକ୍ତରଙ୍କ ଦେଖା ନପାଇ ନିରାଶ ହୋଇ ଘରକୁ ଫେରିଛନ୍ତି । ଡାକ୍ତର ନରହିବା କାରଣରୁ ଏଅଞ୍ଚଳର ଜନସାଧାରଣ ବାରମ୍ବାର ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ବେଳେ ପ୍ରଶାସନର ଦୃଷ୍ଟି ଆକର୍ଷଣ ହେବ କେବେ । ଏଥିପ୍ରତି କେନ୍ଦୁଝର ଜିଲ୍ଲାପାଳ ଦୃଷ୍ଟି ଦେଇ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ହରିଚନ୍ଦନପୁର ଅଞ୍ଚଳବାସୀଙ୍କ ଦାବି ହୋଇଛି ।


LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.