Home ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍‍ ବିଭୁପ୍ରସାଦ ରାଉତରାୟ

ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍‍ ବିଭୁପ୍ରସାଦ ରାଉତରାୟ

345

କଟକ୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଅପରାହ୍ନରେ ହାଇକୋର୍ଟର ନୂତନ ସମ୍ମିଳନୀ କକ୍ଷରେ ନୂତନ ବିଚାରପତି ଭାବେ ଜଷ୍ଟିସ୍‍ ବିଭୁପ୍ରସାଦ ରାଉତରାୟ ଶପଥ ଗ୍ରହଣ କରିଛନ୍ତି। ଗୃହ ସଚିବ ପ୍ରଥମେ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ନିଯୁକ୍ତି ପତ୍ର ପାଠ କରିବା ପରେ ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍‍. ଝାଭେରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏବେ ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୫ରେ ପହଞ୍ଚିଛି। ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତି, ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।ସୁଚନାଯୋଗ୍ୟ- ଜଷ୍ଟିସ୍‍ ବିଭୁପ୍ରସାଦ ରାଉତରାୟ ୨୦୦୮ ମସିହାରେ ସମ୍ବଲପୁରର ଅତିରିକ୍ତ ଜିଲ୍ଲା ଦୌରାଜଜ୍‍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ୨୦୧୦ରେ ବ୍ରହ୍ମପୁର ଦ୍ୱିତୀୟ ଏମ୍‍ଏସିଟିର ସଦସ୍ୟ ଓ ୨୦୧୧ ମସିହାରେ ଅତିରିକ୍ତ ଆଇନ ସଚିବ ଭାବେ ଦାଇତ୍ୱ ଗ୍ରହଣ କରିଥିଲେ। ୨୦୧୫ ମେ ମାସରୁ ୨୦୧୮ ମସିହା ଜୁନ ମାସ ପର୍ଯ୍ୟନ୍ତ ସେ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ। ୨୦୧୮ ମସିହା ଜୁଲାଇ ୪ ତାରିଖରୁ ସେ ଗଞ୍ଜାମ ଜିଲ୍ଲା ଦୌରାଜଜ୍‍ ଭାବେ କାର୍ଯ୍ୟ କରି ଆସୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.