Home ଓଡ଼ିଶା ହସପିଟାଲରେ ଅଦ୍ଭୁତ ବିରଳ ଏଲିଅନ ପରି ଶିଶୁ ଜନ୍ମ,ମା ଓ ଯାଆଁଳା ଶିଶୁ ସୁସ୍ଥ

ହସପିଟାଲରେ ଅଦ୍ଭୁତ ବିରଳ ଏଲିଅନ ପରି ଶିଶୁ ଜନ୍ମ,ମା ଓ ଯାଆଁଳା ଶିଶୁ ସୁସ୍ଥ

277

ମାଲକାନଗିରି,୨୮ ।୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ଥ କାଲିମେଳା ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କର ଜମଜ କନ୍ୟା ସନ୍ତାନ ପ୍ରସବ ହୋଇଥିଲା, ସେଥି ମଧ୍ୟରେ ଅନ୍ୟଏକ ଗ୍ରହର ଏଲିଅନ ପରି ଶିଶୁଟିଏ ଜନ୍ମ ହୋଇଛି । ଏହି ବିଚିତ୍ର ଦୃଶ୍ୟ ମାଲକାନଗରି ଜିଲ୍ଲାରେ ମୋବାଇଲ ରୁ ମୋବାଇଲ କୁ ଭାଇରାଲ ହେବାକୁ ଲାଗିଛି । କାଲିମେଳା ବ୍ଲକସ୍ଥ ଏମଭି୭୨ ଗ୍ରାମର କୁମ୍ଭାର ସାହିରେ ରହୁଥିବା କୈଳାଶ କୁମ୍ଭାର ଙ୍କ ଗର୍ଭବତୀ ପତ୍ନୀ ପ୍ରମିଳା କୁମ୍ଭାରଙ୍କ ରବିବାର ସନ୍ଧ୍ୟାରେ ପ୍ରସବ ଯନ୍ତ୍ରାଣା ହୋଇଥିଲା ,ତାଙ୍କୁ କାଲିମେଳା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତିକରା ଯାଇଥିଲା ।ସେଠାରେ ସେ ୨ଟି ଜମଜ କନ୍ୟା ସନ୍ତାନ ପ୍ରସବ କରିଥିଲେ,ଗୋଟିଏ ଶିଶୁର ଓଜନ ୩କେଜି ୨୬ଗ୍ରାମ ଥିବା ବେଳେ ଅନ୍ୟ ଏକ ଶିଶୁର ଓଜନ୩କେଜି ୩୬ଗ୍ରାମ ଥିଲା, ଗୋଟିଏ ଶିଶୁ ସାଧାରଣ ମଣିଷ ପିଲାପରି ହୋଇଥିବା ବେଳେ ଅନ୍ୟ ଏକ ଶିଶୁ ଅନ୍ୟ ଏକ ଗ୍ରହର ଏଲିଅନ ପରି ଅଦ୍ଭୁତ ବିରଳ ଶିଶୁଟି ପରି ଦେଖାଯାଉଛି । ସେହି ବିରଳ ଅଦ୍ଭୁତ ଶିଶୁଟିର ମୁଣ୍ଡ,ଆଖି ସାଧାରଣ ଶିଶୁ ଠାରୁ ବଡ ଅଛି,ତାହାର ସ୍ୱାସ୍ଥ୍ୟ ଅବସ୍ଥା ଭଲନଥିବାରୁ ରବିବାର ରାତ୍ରରେ ତାକୁ ଉଚ୍ଚତର ଚିକିତ୍ସା ନିମନ୍ତେ ମାଲକାନଗରି ଜିଲ୍ଲା ହସପିଟାଲକୁ ଡାକ୍ତର ମାନେ ସ୍ଥାନାନ୍ତରିତ କରିଦେଇଥିଲେ । ଉକ୍ତଶିଶୁଟିକୁ ସଙ୍ଗେ ସଙ୍ଗେ ମାଲକାନଗରି ଜିଲ୍ଲା ହସପିଟାଲର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ ବିଭାଗ କୋଠରୀ(ଏସଏନସିୟୁ)ରେ ଭର୍ତି କରାଯାଇ ଚିକିତ୍ସା ଜାରି ରହିଛି ।ବିରଳ ଶିଶୁଟିର ଫଟୋ କିଏ ଜଣେ ମୋବାଇଲରେ ଉଠାଇ ଭାଇରାଲ କରିଦେବା ପରେ ଏହି ଅଦ୍ଭୁତ ବିରଳ ଶିଶୁଟିକୁ ଦେଖିବା ପାଇଁ କାଲିମେଳା ଓ ମାଲକାନଗିରି ହସପିଟାଲରେ ଲୋକ ମାନଙ୍କ ଭିଡଲାଗି ଯାଇଥିଲା । ଏହି ବିରଳ ଶିଶୁ ଜନ୍ମ ସଂପର୍କରେ ଜିଲ୍ଲା ହସପିଟାଲର ବରିଷ୍ଟ ଡାକ୍ତର ସପନକୁମାର ଧିଣ୍ଡା କହୁନ୍ତି ଏମିତି ଅଦ୍ଭୁତ ଶିଶୁ ଏକ ଲକ୍ଷରେ ଜଣେ ଜନ୍ମ ହୋଇଥାନ୍ତି ,ଏହା ଜେନେଟିକ ସଫ୍ଟ ଟିସୁ ଡିଜାର୍ଡ ପ୍ରୋବ୍ଲେମ (ଜନ୍ମଗତ ସମସ୍ୟା)ଯୋଗୁ ଶିଶୁଟି ବିକଳାଙ୍ଗ ହୋଇ ନାନା ପ୍ରକାର ରୁପରେ ଜନ୍ମହୋଇଥାଏ, ଏ ଭଳି ଶିଶୁ ବହୁତ କମ ବଚିଂରହିଥାନ୍ତି । ଏବେ ମା ଓ ଦୁଇଟି କନ୍ୟା ଶିଶୁ ମାଲକାନଗରି ଜିଲ୍ଲା ହସପିଟାଲରେ ଚିକିତ୍ସାଧିନ ଅଛନ୍ତି ସେମାନେ ସୁସ୍ଥ ଥିବା ର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.