ମାଲକାନଗିରି,୨୮ ।୬ (ଓଡିଆ ପୁଅ ) ନାନା ବିବାଦ ଘେରରେ ଥିବା ମାଲକାନଗିରି ଜିଲ୍ଲାପାଳ ଡ.ୟେଦୁଲା ବୀଜୟଙ୍କୁ ରାଜ୍ୟସରକାର ପଶୁପାଳନ ବିଭାଗ ନିର୍ଦ୍ଦେଶକ ଭାବେ ବଦଳି କରିଦେଇଥିବା ବେଳେ ତାଙ୍କ ସ୍ଥାନରେ ଯାଜପୁର ଜିଲ୍ଲା ପିଡି ଡିଆରଡିଏ ବିଶାଲ ସିଂ ଙ୍କୁ ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାପାଳ ଶ୍ରୀ ବୀଜୟଙ୍କ ନାମରେ ଟେଣ୍ଡର ଫିକ୍ସିଂ ଓ ଖଣିଦୁର୍ନିତୀ ର ଅଭିଯୋଗ ପିସିସି କାର୍ଯ୍ୟକାରି ସଭାପତି ତଥା ପୁର୍ବତନ ସାଂସଦ ପ୍ରଦୀପ ମାଝୀ ଓ କଂଗ୍ରସଦଳ ପକ୍ଷରୁ ଅଣାଯାଇ ଏହାର ଉଚ୍ଚତର ତଦନ୍ତ ଦାବି କରାଯାଇଥିଲା । ଡ. ୟେଦୁଲା ବୀଜୟ ୨୦୧୪ ଆଇଏସ କାର୍ଡର ହୋଇଥିବା ବେଳେ ମାଲକାନଗରି ଜିଲ୍ଲାରେ ନୁତନ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ବିଶାଲ ସିଂ ୨୦୧୬ କ୍ୟାର୍ଡର ଆଇଏସ ବୋଲି ଜଣାପଡିଛି । ନୂତନ ଜିଲ୍ଲାପାଳ ଶ୍ରୀ ସିଂ ଙ୍କୁ ଜିଲ୍ଲାବାସୀ ସ୍ୱାଗତ ଜଣାଇଛନ୍ତି ।