Home ଜିଲ୍ଲା ପରିକ୍ରମା ହସପିଟାଲକୁ ନେବାପାଇଁ ଆମ୍ବୁଲାନ୍ସ ଦିଆଗଲା ନାହିଁ, ମୃତ୍ୟୁ ପରେ ଶବକୁ ଆମ୍ବୁଲାନ୍ସ ରେ ଘରକୁ ପଠାଗଲା

ହସପିଟାଲକୁ ନେବାପାଇଁ ଆମ୍ବୁଲାନ୍ସ ଦିଆଗଲା ନାହିଁ, ମୃତ୍ୟୁ ପରେ ଶବକୁ ଆମ୍ବୁଲାନ୍ସ ରେ ଘରକୁ ପଠାଗଲା

426

ମାଲକାନଗିରି,୨୯ା୧୨ (ଓଡିଆ ପୁଅ) ରାଜ୍ୟସରକାରଙ୍କ ୫ -ଟି ଓ ମୋ ସରକାର ଯୋଜନା ଆଦିବାସୀ ଅଧ୍ୟୁଷିତ ମାଲାକନଗିରି ଜିଲ୍ଲାର ଗରିବ ଆଦିବାସୀଙ୍କ ପାଇଁ ଯୋଜନ ଯୋଜନ ଦୂରରେ ଅଟକି ରହିଯାଇଛି । ଜଣେ ଗୁରୁତର ରୋଗୀକୁ ଉଚ୍ଚତର ଚିକିତ୍ସା ପାଇଁ କଟକ ହସପିଟାଲକୁ ପଠାଇବା ପାଇଁ ଆମ୍ବୁଲାନ୍ସ  ଦେବାକୁ ଦୁଇଦିନ ଲାଗିଯାଇଥିଲା,ଦୁଇଦିନ ଅପେକ୍ଷାପରେ ସେହି ରୋଗୀଟି ମରିଗଲା ପରେ ହସପିଟାଲରୁ ଶବ ତୁରନ୍ତ ବିଦାକରିବା ପାଇଁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏମିତି ଘଟଣା ମାଲାକନଗିରି ଜିଲ୍ଲା ହସପିଟାଲରେ ଘଟିଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ଜାନିଗୁଡା ଗ୍ରାମର ପିତାମ୍ବର ଗାଦବା ଜଣେ ଅତ୍ୟନ୍ତ ଗରିବ ଆଦିବାସୀ , ତାଙ୍କପୁଅ ବାବୁଲା ଗାଦବା(୨ବର୍ଷ) କୌଣସି ଏକ ଅଚିହ୍ନାରୋଗରେ ପଡି ଯନ୍ତ୍ରଣା ଭୋଗୁଥିବାରୁ ଗତ୨୫ତାରିଖ ଦିନ ପରିବାର ଲୋକେ ମାଲକାନଗିରି ଜିଲ୍ଲା ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ । ହସପିଟାଲରେ ଡାକ୍ତରମାନେ ଶିଶୁଟିକୁ ଚିକିତ୍ସା କରି ଜାଣିପାରିଲେ ତାକୁ କଟକ ହସପିଟାଲକୁ ସ୍ଥାନନ୍ତରିତ କରିବାକୁ ପଡିବ,୨୭ତାରିଖ ଦିନ ସମସ୍ତ କାଗଜପତ୍ର ଠିକ ଠାକ କରି ଶିଶୁଟିକୁ କଟକ ନେବାପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା । ହେଲେ ଆମ୍ବୁଲାନ୍ସ ୨୮ତାରିଖ  ପର୍ଯ୍ୟନ୍ତ ସେମାନଙ୍କ ନିକଟରେ ପହଁଚିପାରିଲା ନହିଁ । ଶିଶୁଟିର ରୋଗ ଯନ୍ତ୍ରଣା ବେଳକୁ ବେଳ ବଢି ଚାଲିଲା ଶେଷରେ ୨୮ତାରିଖ ସକାଳେ ମାଲକାନଗିରି ହସପିଟାଲରେ ବାବୁଲାର ମୃତ୍ୟୁ ଘଟିଲା । ଶିଶୁଟିର ମୃତ୍ୟୁ ହୋଇଯିବା ଖବର ପାଇ ହସପିଟାଲ କର୍ତୁପକ୍ଷ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ବ୍ୟବସ୍ଥା କରି ହସପିଟାଲରୁ ଶିଶୁର ମୃତ ଦେହକୁ ଚିତ୍ରକୋଣ୍ଡା କୁ ପଠାଇ ଦେଇଥିଲେ । ପିତାମ୍ବର ଙ୍କ ଏକ ମାତ୍ର ଶିଶୁପୁତ୍ର ବାବୁଲାର ମୃତ୍ୟୁହେବା ଦେଖି ପିରାବାର ଲୋକେ କାନ୍ଦି କାନ୍ଦି ହସପିଟାଲରେ ପାଟିକଲେ ତାକୁ କଟକ ପଠାଇବା ପାଇଁ ପକାଇ ରଖି ରଖି ମାରିଦେଲେ, ସେ କଟକ ହସପିଟାଲକୁ ଯାଇଥିଲେ ବଚିଂଯାଇଥାନ୍ତା,ଆମ୍ବୁଲାନ୍ସ ଦେଲେ ନାହିଁ ଆମକୁ ଠକାଇ ଆମ ପିଲାର ଜୀବନ ନେଇଗଲେ  ବଚିଂଥିଲା ବେଳେ ଚିକିତ୍ସା ପାଇଁ କଟକ ହସପିଟାଲକୁ ନେବାପାଇଁ ଆମ୍ବୁଲାନ୍ସ ଦେଲେ ନାହିଁ ଏବେ ପିଲା ମରି ଗଲାପରେ ଆମ୍ବୁଲାନ୍ସ ଦେଉଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.