Home ଜିଲ୍ଲା ପରିକ୍ରମା ଜାତୀୟସ୍ତର କ୍ରୀଡାବିତ ଆଦିବାସୀ ଛାତ୍ରୀ କୁନି ମାଢି ଙ୍କୁ ସମ୍ମାନିତ କଲେ ବିଧାୟକ

ଜାତୀୟସ୍ତର କ୍ରୀଡାବିତ ଆଦିବାସୀ ଛାତ୍ରୀ କୁନି ମାଢି ଙ୍କୁ ସମ୍ମାନିତ କଲେ ବିଧାୟକ

462

ମାଲକାନଗିରି,୨୯ା୧୨ (ଓଡିଆ ପୁଅ ) ଜାତୀୟସ୍ତର କ୍ରୀଡା ପ୍ରତିଯୋଗୀତାରେ ମାର୍କେଲଗୁଡା ଶିଶୁଗୃହର ଗରିବ ଆଦିବାସୀ ଛାତ୍ରୀ କୁନିମାଢି ବୀଜୟୀ ହୋଇ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିବାରୁ ତାଙ୍କୁ  ମାଲକାନଗିରି ବିଧାୟକ ଆଦିତ୍ୟମାଢି ଉପଢୌକନ ଦେଇ ସମ୍ମାନିତ କରିବାସହିତ ସ୍ୱାଗତ ସମ୍ବୋର୍ଦ୍ଦନା ଜଣାଇ ତାଙ୍କର ଉଚ୍ଚତର ଶିକ୍ଷା ଓ କ୍ରୀଡା ପାଇଁ ସମସ୍ତପ୍ରକାର ବ୍ୟବସ୍ଥା କିରବେ ବୋଲି ପ୍ରତି ସୃତି ଦେଇଛନ୍ତି । ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ କୋୟାଗୁଡା ଗ୍ରାମର ଆଦିବାସୀ କସା ମାଢୀଙ୍କ ଝିଅ କୁନିମାଢି ତାଙ୍କ ପରିବା ଅତ୍ୟନ୍ତ ଗରିବ ହୋଇଥିବାରୁ ଜିଲ୍ଲାଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ମାର୍କେଲଗୁଡା ଶିଶୁଗୃହରେ ତାଙ୍କୁ ରଖାଯାଇ ପାଠପଢିବାର ବ୍ୟବସ୍ଥା କରାଯାଇଥିଲା । କୁନି  ଜାତୀୟସ୍ତର ହୋସଲା କ୍ରୀଡା ପ୍ରତି ଯୋଗୀତାରେ ଭାଗନେଇ ସେ ୧୦୦ମିଟର ଦୌଡପ୍ରତି ଯୋଗତୀରେ ପ୍ରଥମ ସ୍ଥାନ ଅଧିକାରୀ କରି ସ୍ୱଣ୍ଣ ର୍ ଓ ଲଙ୍ଗଜମ୍ପରେ ଦିତ୍ୱୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲକରି ସମଗ୍ର ଜିଲ୍ଲାପାଇଁ ଗୌରବ ଆଣିଥିବାରୁ ଆଜି ମାଲାକନଗିରି ବିଧାୟକ ଆଦିତ୍ୟମାଢି, ବିଜେପି ନେତା ସଂଜୟସରକାର ଓ ଅନ୍ୟାନ ବିଜେପି ନେତା ଓ କର୍ମୀ ମାନେ କୋୟାଗୁଡା ଗ୍ରାମକୁ ଯାଇ କୁନି ମାଢି, ତାଙ୍କ ବାପା ଓ ମାଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଦନା ଜଣାଇବାସହିତ କୁନି କୁ ପୁସ୍ପଗୋଚ୍ଚା ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । କୁନି ମାଢି ଏବେ ମାର୍କେଲଗୁଡା ଶିଶୁଗୃହରେ ରହି ୭ମ ଶ୍ରେଣୀରେ ପାଠପଢୁଛନ୍ତି । ତାଙ୍କର ଉଚ୍ଚତର ଶିକ୍ଷା ଓ କ୍ରୀଡାତାଲିମ ପାଇଁ ସମସ୍ତପ୍ରକାର ବ୍ୟବସ୍ଥା କରିବେ ବୋଲି ବିଧାୟକ ଶ୍ରୀ ମାଢି ପ୍ରତି ସୃତି ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.