Home କେନ୍ଦୁଝର ହରିଡାଗୋଠ ଗ୍ରାମରେ ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ଏକର ଏକର ଧାନ ଫସଲ

ହରିଡାଗୋଠ ଗ୍ରାମରେ ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ଏକର ଏକର ଧାନ ଫସଲ

30

ହରିଚନ୍ଦନପୁର,ତା ୭ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦେଓଗାଁ ରେଞ୍ଜ ହରିଚନ୍ଦନପୁର ବନପାଳ ଅଧିନସ୍ଥ ହରିଡାଗୋଠ ଗ୍ରାମରେ ହାତୀପଲଙ୍କ ଉପଦ୍ରବ, ଏକର ଏକର ଧାନ ଫସଲ ନଷ୍ଟ କଲେ । ଖବର ଅନୁଯାୟୀ ପ୍ରାୟତଃ ଏହି ହାତୀପଲ ବିଳମ୍ବିତ ରାତିରେ ଜଙ୍ଗଲ ମଧ୍ୟରୁ ବାହାରି ମୂଷଳନଦୀ ପାର ହୋଇ ଧାନ ବିଲରେ ପ୍ରବେଶ କରିଥିଲେ । ଗ୍ରାମର ସଙ୍ଗରାୟ ମୁଣ୍ଡାଙ୍କ ୫ଏକର, ବିକା ମୁଣ୍ଡାଙ୍କ ୧ଏକର, ବେଣୁ ମୁଣ୍ଡାଙ୍କ ୧ଏକର ଚାଷ ଜମିରୁ ଧାନ ଫସଲ ଖାଇଥିବା ସହ ଧାନ ଫସଲକୁ ମାଡିଦଳି ନଷ୍ଟ କରିଦେଇଛନ୍ତି । ଏହି ହାତୀପଲରେ ଛୋଟ ବଡ଼ ମିଶି ପ୍ରାୟତଃ ୨୫ ହାତୀ ରହିଥିବା ବେଳେ ଏମାନେ ଘଟଗାଁ ରେଞ୍ଜ ଜଙ୍ଗଲରୁ ଆସିଥିବା ଜଣାପଡିଛି । ଘଟଣାର ଖବର ପାଇ ବନପାଳ ବୁଦ୍ଧଦେବ ସାହୁ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବଶିଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.