Home କେନ୍ଦୁଝର ହରିଚନ୍ଦନପୁର ଠାରେ ସମ୍ବାଦ ସାହିତ୍ୟ ଘରର ପଞ୍ଚମ ବାର୍ଷିକ ଉତ୍ସବ

ହରିଚନ୍ଦନପୁର ଠାରେ ସମ୍ବାଦ ସାହିତ୍ୟ ଘରର ପଞ୍ଚମ ବାର୍ଷିକ ଉତ୍ସବ

43

ହରିଚନ୍ଦନପୁର, ତା ୭ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳକ ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ସମ୍ବାଦ ସାହିତ୍ୟ ଘରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଛି । ଅନୁଷ୍ଠାନର ସଭା ନେତ୍ରୀ ଡକ୍ଟର କଳ୍ପନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ତଥା ବରିଷ୍ଠ ସାହିତ୍ୟିକା ଡକ୍ଟର ଶୁଭଶ୍ରୀ ଲେଙ୍କା, ମୁଖ୍ୟବକ୍ତା ଭାବେ ବିଶିଷ୍ଠ କବି ତଥା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ପିନାକୀ ମିଶ୍ର ପ୍ରମୁଖ ଯୋଗଦେଇ ସାହିତ୍ୟ ହିଁ ବଞ୍ଚିବାର କଳା ସିଖାଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବାର୍ଷିକ ଉତ୍ସବ ଅବସରରେ ପ୍ରଥମେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶତା ଲାଭ କରିଥିବା ପ୍ରତିଭାମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଆସ୍ପାୟାର ଜିଲ୍ଲା ସଂଯୋଜକ ରବି କୁମାର, ସଂଯୋଗୀ ସଜଫୁଲର ସମ୍ପାଦକ ବାବୁଲାଲ ପଲେଇ, ସାହିତ୍ୟ ଘରର ସଦସ୍ୟ ନରହରି ମହାନ୍ତ ବର୍ମା, ରୀନାରାଣୀ ସାହୁ, ମନୋଜ ଦାସ, ଜ୍ଞାନେନ୍ଦ୍ର କୁମାର ଦାସ, କୀର୍ତ୍ତନ ବିହାରୀ ମହାନ୍ତ, ଓ ବୀଣାପାଣି ଦାସଙ୍କୁ ଓଡିଆ ଭାଷା ସାହିତ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦ ସାହିତ୍ୟ ଘରର ସଂଯୋଜକ ଶ୍ରୀନିବାସ ପାଇକରାୟ, ସୁଦାମ ଚରଣ ନାୟକ, ହିରଣ୍ୟ ମହାନ୍ତ, ଲୋକନାଥ ମହାନ୍ତ, ସୁଦର୍ଶନ ମହାନ୍ତ ପ୍ରମୁଖଙ୍କ ତତ୍ୱବଧାନରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏବଂ ମୁଖପତ୍ର ବନ୍ଦନା ଅତିଥିମାନଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ ଭାରତୀ ସାହୁ , ଗୋପବନ୍ଧୁ ସାହୁ, ସହଦେବ ନାଏକ, ଘରର ରାଜ୍ୟ ସଂଯୋଜିକା ତଳ୍ପର ଶୁଭଶ୍ରୀ ଲେଙ୍କା ତେବେ ସମ୍ବାଦ ସାହିତ୍ୟ ଘର କେବଳ ଭାଷା ସୁରକ୍ଷା କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.