Home ଓଡ଼ିଶା ହରିଚନ୍ଦନପୁର ବ୍ଲକ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ସଫଳ

ହରିଚନ୍ଦନପୁର ବ୍ଲକ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ସଫଳ

5

ହରିଚନ୍ଦନପୁର,ତା ୨୬ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ଓ ଏକଛତ୍ରବାଦ ଶାସନ ବିରୋଧରେ ଆଜି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦକୁ ହରିଚନ୍ଦନପୁର ବ୍ଲକ କଂଗ୍ରେସ ପକ୍ଷରୁ ସମର୍ଥନ କରି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି । ବାଇପାସ୍ ଛକ, ଗାନ୍ଧୀ ଛକ ସମେତ ବ୍ୟବସାୟିକ ପ୍ରତିଷ୍ଠାନ, ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ରେଳଷ୍ଟେସନ, ଯାନବାହାନ ଚଳାଚଳ ସହ ସମସ୍ତ ଦୋକାନ ବଜାରକୁ ବନ୍ଦ କରାଯାଇଛି । ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ଏହି ବନ୍ଦରେ ସାଧାରଣ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଏହି ବନ୍ଦ ଓ ରାସ୍ତା ରୋକ କାରଣରୁ ରାସ୍ତାର ଦୁଇ ପାର୍ଶ୍ବରେ ବିଭିନ୍ନ ଗାଡ଼ି ଧାଡ଼ି ହୋଇ ଛିଡା ହୋଇଥିବା ଦେଖିବାକୁ ମିଳିଛି । ବ୍ଲକ କଂଗ୍ରେସ ପକ୍ଷରୁ ସୁଦର୍ଶନ ପାଇକରାୟ, କୈଳାସ ମହାନ୍ତ, ଭାଗିରଥି ସାହୁ, ନାରଣ ସାହୁ, ସୁରଥ ସାହୁ, ବିଦ୍ୟାଧର ମହାନ୍ତଙ୍କ ସହ ବିଭିନ୍ନ କର୍ମକର୍ତ୍ତା ଓ କର୍ମୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ଏହି ବନ୍ଦ ପାଳନ ହୋଇଯାଇଛି । କୌଣସି ଅପ୍ରିତୀକର ପରିସ୍ଥିତି ଘଟିବାକୁ ନେଇ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କର୍ମଚାରୀ ନିୟୋଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.