Home କେନ୍ଦୁଝର ହରିଚନ୍ଦନପୁର ଠାରେ ଶୁଭ ଉଦ୍ଘାଟନ ହେଲା ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ

ହରିଚନ୍ଦନପୁର ଠାରେ ଶୁଭ ଉଦ୍ଘାଟନ ହେଲା ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ

23

ହରିଚନ୍ଦନପୁର,ତା ୨୬ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଏକ ପୁରୁଷ ବନ୍ଧ୍ୟାକରଣ ରଥ ପରିକ୍ରମା ଆରମ୍ଭ କରିଛି । ଖବର ମୁତାବକ ଏହି ରଥଟି ଆଜି ଠାରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ବ୍ଲକର ସମସ୍ତ ଅଞ୍ଚଳ ବା ଗାଁ ଗାଁ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରିବାର ଯୋଜନା ରହିଛି । ଏହି ସଚେତନତା ରଥକୁ ଆଜି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶିଶୁ ବିଶେଷଜ୍ଞ ଡ଼ାକ୍ତର ରାଜେନ୍ଦ୍ର ନାୟକ, (ଏମ୍ଓ ଆୟୁଷ) ପ୍ରଶାନ୍ତ କୁମାର ପାଢ଼ୀ, (ଏସଏ) ବୁନ୍ଦାବନ ସାହୁ, (ପିଏଚଇଓ) ପଟେଲ ସେଟ୍, (ବିଏଏମ) ମହେଶ୍ୱର ନାୟକ, (ବିଡିଏମ୍) ସୌମ୍ୟରଞ୍ଜନ ମହାନ୍ତ ଓ ସ୍ବାସ୍ଥ୍ୟ କେନ୍ଦ୍ରର ଅନ୍ୟ କର୍ମଚାରୀଙ୍କ ସମେତ ଆଶା ଓ ଏଏନଏମ ଦିଦିଙ୍କ ଗହଣରେ ପତକା ହଲାଇ ଶୁଭ ଉଦ୍ଘାଟନ କରିଛନ୍ତି । ଆଜି ରଥଟି ହରିଚନ୍ଦନପୁର ପରିକ୍ରମା କରି ରେବଣାପଳାଶ ଅଭିମୁଖେ ଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.