Home ଓଡ଼ିଶା ହରିଚନ୍ଦନପୁର ପ୍ରେସ୍ କ୍ଲବର ପଞ୍ଜିକରଣ ନିମନ୍ତେ ଜରୁରୀକାଳୀନ ବୈଠକ

ହରିଚନ୍ଦନପୁର ପ୍ରେସ୍ କ୍ଲବର ପଞ୍ଜିକରଣ ନିମନ୍ତେ ଜରୁରୀକାଳୀନ ବୈଠକ

33

ହରିଚନ୍ଦନପୁର,ତା ୭ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପ୍ରେସ୍ କ୍ଲବର ପଞ୍ଜିକରଣ ନିମନ୍ତେ ଗୁଣ୍ଡିଚାଘାଗି ଜଳପ୍ରପାତ ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖବର ଅନୁଯାୟୀ ହରିଚନ୍ଦନପୁର ପ୍ରେସ୍ କ୍ଲବ୍ ଗଠନର ଦୀର୍ଘଦିନ ପ୍ରତିକ୍ଷାର ଅନ୍ତ ଘଟିଛି । କ୍ଲବର ପଞ୍ଜିକରଣ ନିମନ୍ତେ କ୍ଲବର ୨୧ଜଣ ସଦସ୍ୟଙ୍କୁ ନେଇ ଏହି ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରେସ୍ କ୍ଲବର ପଞ୍ଜିକରଣ ନିମନ୍ତେ ସମସ୍ତ ସଦସ୍ୟଙ୍କ ଦସ୍ତଖତ ଓ ପଞ୍ଜିକରଣର ସମସ୍ତ ବିବରଣୀ ବାବଦରେ ଆଲୋଚନା ହୋଇଥିଲା । ଏହି ବୈଠକରେ କ୍ଲବର ସଭାପତି ପ୍ରଶାନ୍ତ ନାୟକ, ଉପସଭାପତି ପ୍ରେମାନନ୍ଦ ଦାସ, ସମ୍ପାଦକ ଶ୍ରୀନିବାସ ପାଇକରାୟ, ସହ ସମ୍ପାଦକ ରାମଚନ୍ଦ୍ର ନାଏକ, କୋଷାଧ୍ୟକ୍ଷ ପରେଶ କୁମାର ସେଠୀ, ଓ ସଦସ୍ୟ ହିମାଂଶୁ ଶେଖର ଦାସ, ଉତ୍ତମ କୁମାର ଗିରି, ଅନିଲ କୁମାର ସାହୁ, କୃଷ୍ଣଚନ୍ଦ୍ର ବେହେରା, ସନ୍ତୋଷ କୁମାର ମହାନ୍ତ, ଦୁଷ୍ମନ୍ତ ମହାକୁଡ଼, ନିଗମ ପ୍ରସାଦ ସାହୁ, ମିଲନ ନାଏକ, ଲକ୍ଷ୍ମଣ କୁମାର ମହାନ୍ତ, ରତିକାନ୍ତ ମହାନ୍ତ, ଜଗବନ୍ଧୁ ଗୋପ୍, ଘନଶ୍ୟାମ ଜେନା, ଭବାନୀ ପ୍ରସାଦ ମହାନ୍ତ, ଜଗବନ୍ଧୁ ମହାନ୍ତ, ନରୋତ୍ତମ ପାତ୍ର, ନିତ୍ୟାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.