Home ଓଡ଼ିଶା ହରିଚନ୍ଦନପୁର ବ୍ଲକର ବିଭିନ୍ନ ହାଟ ଓ ବଜାରରେ ଆଳୁ କେଜି ପ୍ରତି ୪୦, ପିଆଜ ୮୦...

ହରିଚନ୍ଦନପୁର ବ୍ଲକର ବିଭିନ୍ନ ହାଟ ଓ ବଜାରରେ ଆଳୁ କେଜି ପ୍ରତି ୪୦, ପିଆଜ ୮୦ ଓ ପରିବା ଦର ଆକାଶ ଛୁଆଁ

111

ହରିଚନ୍ଦନପୁର,ତା ୭ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ରାଜ୍ୟର ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବିଭିନ୍ନ ହାଟ ଓ ବଜାରରେ ଆଳୁ, ପିଆଜ ଓ ପରିବା ଅହେତୁକ ଦରବୃଦ୍ଧି ପରିଲକ୍ଷିତ ହୋଇଛି । ଫଳରେ କରୋନା ମହାମାରୀ ପ୍ରଭାବରେ ଚାକିରୀ ଛାଡି ବାହାର ରାଜ୍ୟରୁ ଆସି ଘରେ ହାତ ବାନ୍ଧି ବସି ରହିଥିବା ଲୋକେ, ମଧ୍ୟବିତ ପରିବାରର ଲୋକେ ଓ ଦିନ ମଜୁରିଆ ଶ୍ରେଣୀର ଲୋକ ବିଶେଷ କରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହରିଚନ୍ଦନପୁର ବ୍ଲକ୍ ଅଞ୍ଚଳରେ ରହିଥିବା ହରିଚନ୍ଦନପୁର, ରେବଣାପଳାଶପାଳ, ଭଗାମୁଣ୍ଡା, ତମ୍ବାହରା, ବ୍ରାହ୍ମଣୀପାଳ, ଧୋରଡ଼ିଆମ୍ବ, ଗୌଣିଘଷା, ଖଡ଼ିବାହାଳି, ପିଠାଗୋଳା, ମନୋହରପୁର, ଭଅଁରପୁର, ବଡ଼ ପଳାଶପାଳ, ଭୁକା, ବରେଇଗୋଡ଼ା, ଜଙ୍ଘରା, ଦୈତାରୀ ଆଦି ୧୬ଟି ହାଟ ଓ ବଜାରରେ ଆଳୁ କେଜି ପ୍ରତି ୪୦ରୁ ୫୦ ଓ ପିଆଜ କେଜି ପ୍ରତି ୭୦ରୁ ୮୦ ଟଙ୍କା ରହିଥିବା ବେଳେ ପରିବା ଦର ଆକାଶ ଛୁଆଁ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.