Home କେନ୍ଦୁଝର ବିଧାୟକଙ୍କୁ କରୋନା ଯୋଦ୍ଧା ସମ୍ମାନ

ବିଧାୟକଙ୍କୁ କରୋନା ଯୋଦ୍ଧା ସମ୍ମାନ

25

ହାଟଡିହି- ୭ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧନା ଦିଆଯାଇଛି । ଇଞ୍ଚୋଳ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମେରେ ବିଧାୟକ ଶ୍ରୀ ସେଠୀ ଯୋଗଦେବା ଅବସରରେ ଶୈଳବାଳା ଫାଉଣ୍ଡେସନ ପକ୍ଷରୁ ତାଙ୍କୁ କରୋନା ଯେଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯିବା ସହ କରୋନା ସମୟରେ ତାଙ୍କର କାର୍ଯ୍ୟଦକ୍ଷତାକୁ ନେଇ ଭୂୟସୀ ପ୍ରସଂଶା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶୈଳବାଳା ଫାଉଣ୍ଡେସନର ସଭାପତି ଓ ସମ୍ପାଦକଙ୍କ ସହ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ ବରିଷ୍ଠ ବିଜେଡି ନେତା ରବିନ୍ଦ୍ର କୁମାର ସାହୁ, ସୁଧାକର ଓଝା, ଯୁବ ସମାଜସେବୀ ଧବଳେଶ୍ୱର ପଟ୍ଟନାୟକ, ଚିତ୍ତରଞ୍ଜନ ପାତ୍ର, ଅଭିମନ୍ୟୁ ସେଠୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.