Home କେନ୍ଦୁଝର ହରିଚନ୍ଦନପୁର ପୋଲିସ ତରଫରୁ ମାସ୍କ ଚେକିଙ୍ଗ୍ ଓ ଫାଇନ୍ ଆଦାୟ

ହରିଚନ୍ଦନପୁର ପୋଲିସ ତରଫରୁ ମାସ୍କ ଚେକିଙ୍ଗ୍ ଓ ଫାଇନ୍ ଆଦାୟ

83

ହରିଚନ୍ଦନପୁର,ତା ୨୫ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କରୋନା ମହାମାରୀ ସାରା ଦେଶରେ ନିଜର କାୟା ବିସ୍ତାର କରିଥିବା ବେଳେ ସରକାର କେତେକ ଗାଇଡ୍ ଲାଇନ୍ ଜାରି ରଖିଛନ୍ତି । ମହାମାରୀକୁ ବ୍ୟାପିବାରୁ ରୋକିବା ପାଇଁ ସାଧାରଣତଃ ସାନିଟାଇଜର ଓ ମାସ୍କ ବାଧ୍ୟତା ମୂଳକ ରହିଛି । ଏହା ଦ୍ବାରା ଦେଶରେ କରୋନା ମହାମାରୀ ଏକ ପ୍ରକାର ନିୟନ୍ତ୍ରଣକୁ ଆସୁଛି । ସରକାର ଅନଲକ ୪ ଲାଗୁ କରିବା ପରେ ଲୋକମାନେ ଖାମଖିଆଲି ମନୋଭାବ ନେଇ ବଜାରକୁ ଆସିଲା ବେଳେ ମୁହଁରେ ମାସ୍କ ପିନ୍ଧି ଆସୁନଥିବା ଦେଖବାକୁ ମିଳୁଛି । ଅନେକ ସଚେତନତା ପରେ ଅମାନିଆଙ୍କୁ ପାନେ ଦେବାପାଇଁ ଆଜି ହରିଚନ୍ଦନପୁର ଥାନା ଆଇଆଇସି ମନୋରଞ୍ଜନ ପ୍ରଧାନ ନିଜେ ପୋଲିସ କର୍ମଚାରୀଙ୍କ ଗ୍ରହଣରେ ରହି ଥାନା ନିକଟସ୍ଥ ଗାନ୍ଧୀଛକ ଠାରେ ଚେକିଙ୍ଗ କରି ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ଠାରୁ ୫୦୦ଟଙ୍କା ଲେଖାଏଁ ଫାଇନ୍ ଆଦାୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.