Home ଅପରାଧ ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ ଉଦ୍ୟମ, ବିରୋଧ କରିବାରୁ ୬୨ଜଣ ଗ୍ରାମବାସୀଙ୍କ ନାମରେ ମାମଲା

ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ ଉଦ୍ୟମ, ବିରୋଧ କରିବାରୁ ୬୨ଜଣ ଗ୍ରାମବାସୀଙ୍କ ନାମରେ ମାମଲା

23

ହରିଚନ୍ଦନପୁର,ତା ୨୫ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଓ ତହସିଲ ଅନ୍ତର୍ଗତ ଟାଙ୍ଗିରିଆପାଳ ଗ୍ରାମ ପଞ୍ଚାୟତ ଗୋଳାଗାଡିଆ ଗ୍ରାମରେ ଥିବା ସର୍ବସାଧାରଣଙ୍କ ଉଦ୍ଦିଷ୍ଟ ସରକାରୀ ଜମିକୁ ଜଣେ ବ୍ୟକ୍ତି ବେଆଇନ୍ ଭାବେ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ଗ୍ରାମର ଶତାଧିକ ଲୋକ ଏହାକୁ ବିରୋଧ କରି ୬ ଜାନୁଆରୀରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଓ ଉପଜିଲ୍ଲାପାଳଙ୍କ ପାଖରେ ଲିଖିତ ସହ ମୌଖିକ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳ ଘଟଣାକୁ ନେଇ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଗ୍ରାମର ୧୦୦ ପରିବାରଙ୍କ କର୍ମରେ ଆସୁଥିବା ପ୍ରାୟତଃ ୧ଏକର ୩୦ଡିସିମିଲ ସରକାରୀ ଜମିରେ ବାରିଗାଁ ଟିକରସାହିର ଅର୍ଜ୍ଜୁନ ସୋରେନ୍ ନାମକ ବ୍ୟକ୍ତି ଗତ ୧୨ ଜୁଲାଇ ରାତିରେ ବେଆଇନ୍ ଭାବେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାକୁ ନେଇ ଗ୍ରାମର ୧୦୦ପରିବାରର ଶତାଧିକ ଲୋକ ଏହାକୁ ବିରୋଧ କରିଥିଲେ । ଗ୍ରାମବାସୀଙ୍କ ବିରୋଧ ପରେ ଘର କାର୍ଯ୍ୟକୁ ବନ୍ଦ କରି ଅର୍ଜ୍ଜୁନ ୧୩ ତାରିଖ ହରିଚନ୍ଦନପୁର ଥାନାରେ ମାଡ଼ ମରାଯାଇଥିବା କହି ମିଥ୍ୟାରେ ଗ୍ରାମର ୬୨ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାଟି ଜମିବାଡ଼ି ସମ୍ପର୍କିତ ଅଭିଯୋଗ ହୋଇଥିବାରୁ ପୋଲିସ ଘଟଣାର କୌଣସି ବିଚାର ନକରି କେଶ୍ ନମ୍ବର ୪୩/୨୦୨୦ ୟୁ/ଏସ ୧୦୭ ସିଆରପିସିରେ ମାମଲା ରୁଜୁ କରିଥିଲେ । ସେହି କେଶର ନୋଟିସ୍ ଗତ ୩ ନଭେମ୍ବରରେ ୬୨ଜଣଙ୍କ ପାଖରେ ପହଞ୍ଚିଥିଲା, ସେଥିରେ ୨୫ ନଭେମ୍ବର ଦିନ ତହସିଲ କାର୍ଯ୍ୟାଳୟରେ ହାଜର ହେବାକୁ ଉଲ୍ଲେଖ ରହିଥିଲା । ଆଜି ଉକ୍ତ ୬୨ଜଣଙ୍କ ମଧ୍ୟରୁ ଦେହ ଅସୁସ୍ଥ କାରଣରୁ ୫୯ଜଣ ଖର୍ଚ୍ଚାନ୍ତ ହୋଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ଵରେ ଥିବା ଅତିରିକ୍ତ ତହସିଲଦାରଙ୍କୁ ୨ହଜାର ଟଙ୍କା ଲେଖାଏଁ ଏଗ୍ରିମେଣ୍ଟ୍ ବଣ୍ଡ ଦେଇ ଘରକୁ ଫେରୁଥିବା ଜଣାପଡ଼ିଛି । ଏଠାରେ ପ୍ରଶ୍ନ ଯେ ସର୍ବସାଧାରଣଙ୍କ କାର୍ଯ୍ୟରେ ଲାଗୁଥିବା ସରକାରୀ ଜମିକୁ ଜବରଦଖଲରୁ ସୁରକ୍ଷିତ ରଖିବା ଗ୍ରାମର ଆଦିବାସୀଙ୍କ ଲୋକଙ୍କ ପାଇଁ ହେଲା କାଳ । ଯାହାକୁ ନେଇ କରୋନା ମହାମାରୀର କଟକଣା ସମୟରେ ସମସ୍ତେ ଘରେ ହାତବାନ୍ଧି ବସି ରହିଥିବା ବେଳେ ଏହି କେଶ୍ ପାଇଁ ବାଧ୍ୟ ହୋଇ ଧାନ ଚାଉଳ ଓ ଧାରକରଜ୍ କରି ୫୯ଜଣ ଏଗ୍ରିମେଣ୍ଟ ବଣ୍ଡ ଦେଇଥିବା ଜଣାପଡିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ନିର୍ଦୋଷରେ ଦଣ୍ଡ ପାଇଥିବା ଉକ୍ତ ଗରିବ ଆଦିବାସୀଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବାକୁ ଜନସାଧାରଣ ଓ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.