Home କେନ୍ଦୁଝର ଡାକ୍ତରଖାନାରେ ସ୍ୱାମୀକୁ ଛାଡି ସ୍ତ୍ରୀ ଫେରାର , ଥାନାରେ ଅଭିଯୋଗ କଲା ସ୍ୱାମୀ

ଡାକ୍ତରଖାନାରେ ସ୍ୱାମୀକୁ ଛାଡି ସ୍ତ୍ରୀ ଫେରାର , ଥାନାରେ ଅଭିଯୋଗ କଲା ସ୍ୱାମୀ

137

ହାଟଡିହି-୨୫/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶଙ୍ଖୋ ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରିୀକ୍ଷା କରିବାପାଇଁ ଆସିଥିବାବେଳେ ସ୍ୱାମୀକୁ ଛାଡି ସ୍ତ୍ରୀ ଚମ୍ପଟ ମାରିବା ଘଟଣା ସମଗ୍ର ଅଞ୍ଚଳରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏନେଇ ସ୍ୱାମୀ ଜଣକ ଗତକାଲି ଘସିପୁରା ଥାନା ଓ ଆଜି ନନ୍ଦିପଦା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜଣାଯାଇଛି ଯେ ନନ୍ଦିପଦା ଥାନା ଶଙ୍ଖୋ ଗ୍ରାମର ନିରଞ୍ଜନ ଦାସଙ୍କ ପୁଅ କଳ୍ପତରୁ ଦାସ ଭଣ୍ଡାରୀ ପୋଖରୀ ଥାନା ଅଙ୍ଗାରଗଡିଆ ଗ୍ରାମର ସୁଜାତା ଦାସଙ୍କୁ ଗତ ଜୁନ ମାସରେ ବୈଦିକ ରୀତିରେ ବିବାହ କରିଥିଲେ । ଗତ ୨୪ତାରିଖ ଦିନ କଳ୍ପତରୁ ନିଜ ସ୍ତ୍ରୀ ସୁଜାତାକୁ ସାଙ୍ଗରେ ଧରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସୁଜାତାର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଯାଇଥିଲା । ସେଠାରେ ଡାକ୍ତରଙ୍କୁ ଦେଖାଇସାରିବା ପରେ ଆଉଟଡୋର ନିକଟରେ ସୁଜାତାଙ୍କୁ ଠିଆ କରାଇ ଡାକ୍ତରଙ୍କ ଚିଠାଧରି ଔଷଧ ପାଇଁ ଯାଇ ଫେରିବା ବେଳକୁ ସୁଜାତାକୁ ଆଉ ପାଇ ନଥିଲା । କଳ୍ପତରୁ ଡାକ୍ତରଖାନା ପରିସର ସମେତ ବିଭିନ୍ନ ଆଡେ ଖୋଜାଖୋଜି କରି ସୁଜାତାକୁ ପାଇ ନଥିଲେ । କିଛିସମୟ ପରେ ସୁଜାତା ୮୧୪୪୧୪୦୨୩୮ ମୋବାଇଲ ନମ୍ବରରୁ କଳ୍ପତରୁକୁ ଫୋନ କରି ଜଣାଇଲେ କି ମୁଁ ପଳାଇ ଆସିଛି, ମୋତେ ଖୋଜିବ ନାହିଁ କି ଥାନାରେ କେସ କରିବ ନାହିଁ ବୋଲି କଳ୍ପତରୁ ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ସୁଜାତା ଗଲାବେଳେ ଘରୁ ତିନୋଟି ଶାଢ଼ୀ, ଅନେକ ସୁନାରୁପା ଅଳଙ୍କାର ଓ ନଗଦ ୩୭ହଜାର ଟଙ୍କା ନେଇଯାଇଛି । ଏନେଇ କଳ୍ପତରୁ ଗତକାଲି ଘସିପୁରା ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ଷ୍ଟେସନ ଡାଏରୀ କରିଛି । ପୁନଶ୍ଚ କଳ୍ପତରୁ ଓ ତାଙ୍କ ପରିବାର ଲୋକେ ଆଜି ନନ୍ଦିପଦା ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.