Home ଅପରାଧ ହରିଚନ୍ଦନପୁର ଅଞ୍ଚଳରେ ଚାଲିଛି ବେଧଡକ କୁକୁଡା ଲଢେଇ, ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?

ହରିଚନ୍ଦନପୁର ଅଞ୍ଚଳରେ ଚାଲିଛି ବେଧଡକ କୁକୁଡା ଲଢେଇ, ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?

333

ହରିଚନ୍ଦନପୁର,ତା ୧୨ ଡିସେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଥାନା ଅନ୍ତର୍ଗତ ବିଭିନ୍ନ ହାଟ ମାନଙ୍କରେ ବେଆଇନ ଭାବରେ କୁକୁଡା ଲଢେଇ ଚାଲୁଥିବାରୁ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାକୁ ବସିଛି । ବେଆଇନ କୁକୁଡା ଲଢେ଼ଇ ଯୋଗୁଁ ଅନେକ ଆଦିବାସୀ ପରିବାରର ଲୋକମାନେ ସର୍ବସ୍ୱାନ୍ତ ହୋଇ ଘରକୁ ଫେରୁଥିବାର ନଜିର ରହିଛି । ଏହାକୁ ପୋଲିସ ପକ୍ଷରୁ ଧରପଗଡ କରାଯାଇଥାଏ । ଅନେକ ଅଞ୍ଚଳରେ ଏହି କାରଣରୁ ଏହକୁ ବନ୍ଦ କରିଦିଆଯାଇଥିଲେ ହେଁ କେତେକ ହାଟ ମାନଙ୍କରେ ଏବେ ମଧ୍ୟ କୁକୁଡା ଲଢେଇ ଚାଲୁଥିଲେ ହେଁ ପୋଲିସ ଧରପଗଡ କରୁନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି । ଖୋଦ ହରିଚନ୍ଦନପୁର ଥାନା ପଛପାଖ ସାପ୍ତାହିକ ହାଟରେ ବେଧଡକ କୁକୁଡା ଲଢେଇ ଚାଲୁଥିଲେ ହେଁ ପୋଲିସ ପ୍ରଶାସନ ନିରଭ ରହୁଥିବାକୁ ଜନସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ସେହିପରି ଭଗାମୁଣ୍ଡା, ରେବଣାପଳାଶପାଳ ଆଦି ଅଞ୍ଚଳରେ ମଧ୍ୟ ବେଧଡକ କୁକୁଡା ଲଢେଇ ଚାଲୁଥିବାରୁ ଧରପଗଡ କରିବାକୁ ସାଧାରଣରେ ଦାବି ହେଉଛି । ପୋଲିସ କର୍ମଚାରୀ ଆୟୋଜକଙ୍କ ଠାରୁ ମୋଟା ଅଙ୍କର ହାତ ଗୁଞ୍ଜା ନେଇ ଏହାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି । ଏହି କୁକୁଡା ଲଢେଇ ବେଳେ ଲୋକମାନେ ନିଜ ନିଜ ପସନ୍ଦର କୁକୁଡା ଜିତିବା ଆଶା ରଖି ବାଜି ଲଗାଇଥାନ୍ତି । ଯେଉଁ କୁକୁଡା ଜିତିଥାଏ, ତା ଉପରେ ବାଜି ଲଗାଇଥିବା ଲୋକମାନେ ହାରିଯାଇଥିବା ଲୋକଙ୍କ ଠାରୁ ବାଜି ମୁତାବକ ଟଙ୍କା ନେଇଥାନ୍ତି । ଅନେକ ସମୟରେ ଏହି ଜୁଆଖେଳ ହିଂସା ରୂପ ନେଇଥାଏ । ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହି ଭଳି ବେଆଇନ ଖେଳ କୁ ବନ୍ଦ କରାଇବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।


LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.