Home ଜିଲ୍ଲା ପରିକ୍ରମା ହରମୋହନ ମେମୋରିଆଲ କ୍ରିକେଟ, ଫାଇନାଲରେ ଭଦ୍ରକ ୟୁନିକ ୧୧

ହରମୋହନ ମେମୋରିଆଲ କ୍ରିକେଟ, ଫାଇନାଲରେ ଭଦ୍ରକ ୟୁନିକ ୧୧

2

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଚନ୍ଦ୍ରଭାନୁପୁର କ୍ରିକେଟ ପଡିଆରେ ଅନୁଷ୍ଠିତ ହରମୋହନ ମହାପାତ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ସେମିଫାଇନାଲ ମ୍ୟାଚ ମଙ୍ଗଳବାର ଭଦ୍ରକ ୟୁନିକ ଇଲେଭେନ ଓ ବାସୁଦେବପୁର ଉତ୍କଳିକା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବାସୁଦେବପୁର ଉତ୍କଳିକା ଦଳ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୨ ଓଭରରେ ୯ ଉଇକେଟ ହରାଇ ୧୯୬ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ ବିକ୍ରମ ସାମଲ ୭୦ ରନ ଓ ସୋମନାଥ ପ୍ରଧାନ ୪୬ ରନ ବ୍ୟକ୍ତିଗତ ସ୍କୋର କରିଥିଲେ । ପ୍ରତିପକ୍ଷ ବୋଲର ଅବଦୁଲ ଖାଁ ୫ ଓଭର ବୋଲିଂ କରି ୨୦ ରନ ଦେଇ ୨ ଉଇକେଟ ଓ କ୍ଷମାସାଗର ବଳ ୫ ଓଭର ବୋଲିଂ କରି ୧୪ ରନ ଦେଇ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ଭଦ୍ରକ ୟୁନିକ ଦଳ ୧୫ ଓଭରରେ ୫ ଉଇକେଟ ହରାଇ ୨ଶହ ରନ କରି ବିଜୟୀ ହୋଇଥିଲା । କ୍ଷମାସାଗର ବଳ ୧୦୮ ରନ ଓ ଶୁଭମ ସାହୁ ୪୫ ରନ ସ୍କୋର କରିଥିଲେ । ପ୍ରତିପକ୍ଷ ବୋଲର ପ୍ରିୟବ୍ରତ ଦାସ ୫ ଓଭର ବୋଲିଂ କରି ୪୧ ରନ ଦେଇ ୪ ଉଇକେଟ ଅକ୍ତିଆର କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କ୍ଷମାସାଗର ବଳଙ୍କୁ ସମିତି ସଭ୍ୟ ଗୁରୁପ୍ରସାଦ ଗିରି ପୁରସ୍କୃତ କରିଥିଲେ । ରାମଚନ୍ଦ୍ର ଦାସ ଓ ଲଲାଟ କେଶରୀ ନନ୍ଦ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ଶୋଭନ ଶଙ୍ଖୁଆ ସ୍କୋରର ଓ ପ୍ରତ୍ୟୁଷ ସାହୁ ଭାଷ୍ୟକାର ଦାଇତ୍ୱ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.