Home ଜିଲ୍ଲା ପରିକ୍ରମା ଜଗନ୍ନାଥପ୍ରସାଦ ପଦ୍ମନାଭ କପ କ୍ରିକେଟ, ସେମିରେ ଯାଜପୁର ୧୧ ଷ୍ଟାର

ଜଗନ୍ନାଥପ୍ରସାଦ ପଦ୍ମନାଭ କପ କ୍ରିକେଟ, ସେମିରେ ଯାଜପୁର ୧୧ ଷ୍ଟାର

2

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଜଗନ୍ନାଥପ୍ରସାଦ ମା’ଖଡ୍ଗଧାରିଣୀ କ୍ରିକେଟ ପଡିଆରେ ଇଂ ଦିଲ୍ଲିପ ଆଣ୍ଡ ଆଲୋକ ମେମୋରିଆଲ ପଦ୍ମନାଭ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ସେମିଫାଇନାଲ ମ୍ୟାଚ ଯାଜପୁର ୧୧ ଷ୍ଟାର ଓ କେନ୍ଦ୍ରାପଡା ଗୋପବନ୍ଧୁ କ୍ଲବ ମଧ୍ୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରପଡା ଦଳ ଅଧିନାୟକ ଟସ ଜିଣି ପ୍ରଥମେ ଫିଲ୍ଡିଂ କରିଥିଲା । ଯାଜପୁର ୧୧ ଷ୍ଟାର ଦଳ ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ୮ ଉଇକେଟ ହରାଇ ୨୨୨ ରନ ସ୍କୋର କରିଥିଲେ । ଜବାବରେ କେନ୍ଦ୍ରାପଡା ଦଳ ୨୨.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୫୭ ରନ କରି ପରାଜିତ ହୋଇଥିଲା । ମ୍ୟାନ ଅଫ ଦି ମ୍ୟାଚ ବିଚେିତ ଦେବେନ୍ଦ୍ର କୁଅଁରଙ୍କୁ ପ୍ରଦୀପ ମହାପାତ୍ର ପୁରସ୍କୃତ କରିଥିଲେ । ଶାରଦା ପ୍ରସାଦ ମହାପାତ୍ର ଓ ଆଶୁତୋଷ ପାଣି ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ । ପ୍ରକାଶ ମହାପାତ୍ର ଓ ଜ୍ଞାନପ୍ରକାଶ ମହାପାତ୍ର ସ୍କୋରର, ସତ୍ୟପ୍ରସାଦ ମହାପାତ୍ର ଭାଷ୍ୟକାର ଦାଇତ୍ୱ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.