Home ଜିଲ୍ଲା ପରିକ୍ରମା ଧସିଲା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍ପରିଣୀର ସୁରକ୍ଷା ପ୍ରାଚେରୀ

ଧସିଲା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍ପରିଣୀର ସୁରକ୍ଷା ପ୍ରାଚେରୀ

8

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୪୮ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଏହି ଅର୍ଥରେ ପୀଠର ଓ ମନ୍ଦିର ଚତୁଃପାଶ୍ୱର୍ରେ ସଂପ୍ରସାରଣ ସହିତ ଶିବପ୍ଲାଜା, ଗାଡି ପାର୍କିଂ, ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ଆଦି ପ୍ରକଳ୍ପ ରହିଛି । ଏପରିକି ପୁଷ୍କରିଣୀକୁ ଶୁଖାଯାଇ ପଙ୍କ ଉଦ୍ଧାର ସହ ପାବଛ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ପୂର୍ବରୁ ଥିବା ପୁରୁଣା ସୁରକ୍ଷା ପ୍ରାଚେରୀର ୨ ଶହ ଫୁଟ୍ କଂକ୍ରିଟ୍ ୱାଲ ସହ ୧ ବର୍ଷ ତଳେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟରେ ନିର୍ମାଣ ହୋଇଥିବା ଡ୍ରେନ୍ ପୁଷ୍କରିଣୀ ମଧ୍ୟକୁ ଧସିଯାଇଛି । ପୀଠରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଏହି ପ୍ରାଚେରୀ ପୁରୁଣା ହୋଇଥିବାରୁ ମରାମତି କରାଯାଇଥାନ୍ତା ବୋଲି କାର୍ଯ୍ୟଭାର ନେଇଥିବା ଗୃହ ଓ ରାସ୍ତା ବିଭାଗର ନିର୍ମାଣଯନ୍ତ୍ରୀ କହିଛନ୍ତି । ଅନ୍ୟପଟେ ପୁଷ୍କରିଣୀର ଅଧିକ ପଙ୍କ ଓ ମାଟି ଭର୍ତ୍ତି ହୋଇଥିବାରୁ ଏପରି ଘଟଣା ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.