Home ଜିଲ୍ଲା ପରିକ୍ରମା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

25

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ବୟାବନାପୁର ପଞ୍ଚାୟତର ଚନ୍ଦ୍ରଭାନୁପୁର ଖେଳ ପଡିଆରେ ଚତୁର୍ଥ ଆନ୍ତଃଜିଲ୍ଲା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଯାଇଛି । ବିଭୁତି ଭୂଷଣ ସ୍ୱାଇଁ ମୁଖ୍ୟଅତିଥି, ବିଜୟ କୁମାର ନାୟକ, ବିକ୍ରମ କେଶରୀ ମହାପାତ୍ର, ଲଳିତ ରାଉତ, ସରପଞ୍ଚ ପ୍ରଶାନ୍ତ ସାହୁ, ରଜନୀକାନ୍ତ ଚନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ ବାସୁଦେବପୁର ଉତ୍କଳିକା ଦଳ ଓ ଧାମନଗର ଦଳ ପରସ୍ପରକୁ ଭେଟିଥିଲେ । ଉତ୍କଳିକା ଦଳ ଟସ ଜିଣି ୨୦ ଓଭରରେ ୭ଉଇକେଟ ହରାଇ ୨୨୨ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ରଶ୍ମିରଞ୍ଜନ ମହାକୁଡ ୭୪ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ୪ ଓଭରରେ ୨୯ ରନ ଦେଇ ଗୋଟିଏ ଉଇକେଟ ହାସଲ କରିଥିଲେ । ୨୨୩ ରନ ବିଜୟ ଲକ୍ଷ୍ୟ ନେଇ ଧାମନଗର ଦଳ ୧୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୭୯ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ବିବେକ ଜେନା ୨୪ ବଲରେ ୪୩ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ବୋଲର ଲଲାଟେନ୍ଦୁ ୪ ଓଭରରେ ୨୨ ରନ ଦେଇ ୩ ଉଇକେଟ ହାସଲ କରିଥିଲେ । ସତ୍ୟବ୍ରତ ଚନ୍ଦ ଓ ରାମଚନ୍ଦ୍ର ଦାସ ଅମ୍ପାୟାର, ଶୋଭନ ଶଙ୍ଖୁଆ ଓ ସୁବ୍ରତ ଦାସ ସ୍କୋରର ଓ ଭାଷ୍ୟକାର ଭାବେ ପ୍ରଦୀପ ଜେନା ଏବଂ ମନୋରଞ୍ଜନ ନାୟକ ଦାଇତ୍ୱ ତୁଲାଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ବିଚେିତ ହୋଇଥିବା ରଶ୍ମିରଞ୍ଜନ ମହାକୁଡଙ୍କୁ ଶ୍ରୀକୃଷ୍ଣ ସ୍ୱାଇଁ ପୁରସ୍କୃତ କରିଥିଲେ । ସୋମବାର ଯାଜପୁର ବଡଚଣା ଓ ସୁକିନ୍ଦା କ୍ଲବ ମଧ୍ୟରେ ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.