Home ଜିଲ୍ଲା ପରିକ୍ରମା କଂଗ୍ରେସ ପକ୍ଷରୁ ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ

କଂଗ୍ରେସ ପକ୍ଷରୁ ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ

13

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ରଣଜିତ ପଞ୍ଚାୟତ ଅନ୍ତର୍ଗତ ମଞ୍ଜୁରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ କଂଗ୍ରେସର ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ ବ୍ଲକ ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଏକତା ଓ ଲଢୁଆ ମନୋଭାବ ପ୍ରତିଫଳିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ସୁବତ୍ର ଦାସ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚନ୍ଦ, ନଳିନୀକାନ୍ତ ମହାନ୍ତି, ବନ୍ତ ବ୍ଳକ ସଭାପତି ରାଜକିଶୋର ସ୍ୱାଇଁ, କଂଗ୍ରେସ ନେତା ବେଣୁଧର ସାହୁ, ଆଇନଜୀବି ରବିନ୍ଦ୍ର କୁମାର ରାୟ, ନାରାୟଣ ଚନ୍ଦ୍ର ଘଡାଇ, ପାଟୁଳି ପଞ୍ଚାୟତ ସଭାପତି ମଧୁସୂଦନ ଦତ୍ତ, ରମେଶ ଚନ୍ଦ୍ର ଭାରତୀ, ସ୍ଥାନୀୟ ସରପଞ୍ଚ ମନୋଜ କୁମାର ନାୟକ, ପିତାମ୍ବର ନାୟକ, ନରନାରାୟଣ ଜେନା, ଅଜୟ କୁମାର ସାହୁ, ଅକ୍ଷୟ ବେହେରା, ସଶ୍ମିତା ବେହେରା, ଗୋଲକ ଚନ୍ଦ୍ର ବେହେରା, ସ୍ୱାଧିନତା ସଂଗ୍ରାମୀ କୃପାସିନ୍ଧୁ ମହାନ୍ତି, ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ସୁବାସ କାଣ୍ଡି, ମାନଗୋବିନ୍ଦ ରାଉତ ପ୍ରମୁଖ ବକ୍ତବ୍ୟ ରଖି କଂଗ୍ରେସ ସଙ୍ଗଠନକୁ ମଜଭୁତ କରିବାକୁ ପ୍ରତ୍ୟେକ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଳେ । ସରପଞ୍ଚ ବିଜୟ କୁମାର ସ୍ୱାଇଁ ଉଦ୍ଦେଶ୍ୟଜ୍ଞାପନ, ଗଣେଶ ଭାରତୀ ସ୍ୱାଗତ ଭାଷଣ ଓ ଯୁବନେତା ତଥା ସରପଞ୍ଚ ବିଜୟ ଶଙ୍କର ମହାନ୍ତି ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଷ୍ଣୁପୁର ପଞ୍ଚାୟତର ପଚାଶରୁ ଅଧିକ ରାଜନୈତିକ ବ୍ୟକ୍ତିମାନେ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ । ଏହି ଉତ୍ôସବରେ ବ୍ଲକର ସମସ୍ତ ପଞ୍ଚାୟତ ଅଞ୍ଚଳର ଛାମୁଆଁ ନେତା ଓ କର୍ମୀମାନେ ଯୋଗଦେଇଥିଲେ । କ୍ଲବ କଂଗ୍ରେସ ପକ୍ଷରୁ ଉତ୍ôସବ ପରିଚାଳନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.