Home ଜିଲ୍ଲା ପରିକ୍ରମା ଗୋପିନାଥ ଚ୍ୟାଲେଞ୍ଜଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଭଦ୍ରକ ରେଲୱେ ଓ ୟୁନିକ ଇଲେଭେନ ଦଳ ସେମିରେ

ଗୋପିନାଥ ଚ୍ୟାଲେଞ୍ଜଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଭଦ୍ରକ ରେଲୱେ ଓ ୟୁନିକ ଇଲେଭେନ ଦଳ ସେମିରେ

12

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ମାଳଦା ପଞ୍ଚାୟତ ରଘୁନାଥପୁର କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଅଦୈତ ମେମୋରିଆଲ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଓ ଶେଷ କ୍ୱାଟର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ତୃତୀୟ କ୍ୱାଟର ଫାଇନାଲ ମ୍ୟାଚରେ ଗୋଳକୁଣ୍ଡ ବି.ଏମ.ସି.ସି. ଯାଜପୁର ଓ ରେଲେୱେ ଭଦ୍ରକ କ୍ରିକେଟ ଦଳ ପରସ୍ପରକୁ ଭେଟିଥିଲେ । ଗୋଳକୁଣ୍ଡ ଦଳ ଟସ ଜିଣି ଫିଲ୍ଡିଂ କରିଥିଲା । ରେଲୱେ ଭଦ୍ରକ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୨୨୦ ରନ ସ୍କୋର କରିଥିଲା । ଦଳର ବ୍ୟାଟ୍ସମ୍ୟାନ ଜ୍ୟୋତିରଞ୍ଜନ ମହାରଣା ୧୦୨ରନ, ଆକାଶ ପୋଦାର ୪୭ ରନ ଓ ମାନସ ସାହୁ ୩୮ ରନ ସ୍କୋର କରିଥିଲେ । ବିପକ୍ଷ ବୋଲର ୟୁ ସବ୍ୟସାଚୀ ୨ ଉଇକେଟ ଓ ମାନସ ମୁଦୁଲି ୧ ଉଇକେଟ ହାସଲ କରିଥିଲେ । ୨୨୧ ରନ ବିଜୟ ଲକ୍ଷ୍ୟନେଇ ଗୋଳକୁଣ୍ଡ ଦଳ ୮ ଉଇକେଟ ହରାଇ ୧୯୮ ରନ କରି ପରାଜିତ ହୋଇଥିଲା । ଦଳର ବ୍ୟାଟ୍ସମ୍ୟାନ ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ ୪୫ ରନ, ସତ୍ୟଜିତ ସାବତ ୫୧ ରନ ଓ ବିକ୍ରମ ଜଗଦ୍ଦେବ ରାୟ ୪୯ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ମୁର୍ମୟ ତ୍ରିପାଠୀ, ସାହିଲ ଖାଁ ଓ ହୃଷିକେଶ ବାରିକ ପ୍ରତ୍ୟେକ ୨ଉଇକେଟ ହାସଲ କରିଥିଲେ । ଜ୍ୟୋତିରଞ୍ଜନ ମହାରଣା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଭଦ୍ରକ ୟୁନିକ ଇଲେଭେନ ଦଳ ସହ ଭୁବନେଶ୍ୱର ପରାମାଉଣ୍ଟଦଳର ଶେଷ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପାରାମାଉଣ୍ଟ ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା ।

ଏହି ଦଳ ୨୦ ଓଭରରେ ୪ ଉଇକେଟ ହରାଇ ୧୬୭ ରନ ସ୍କୋର କରିଥିଲା । ଦଳ ପକ୍ଷରୁ ରୋହତ ସାଗର ୫୧ ରନ, ଶକ୍ତି ଦାସ ୫୦ ରନ ଓ ସୌମ୍ୟରଞ୍ଜନ ବିଶ୍ୱାଳ ୪୩ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ରାମଚନ୍ଦ୍ର ବେହେରା ଓ କ୍ଷୀତିଶ ମହାନ୍ତି ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟହାସଲ କରିଥିଲେ । ୧୬୮ ବିଜୟ ଲକ୍ଷ୍ୟ ନେଇ ୟୁନିକ ଇଲେଭେନ ଦଳ ୧୯ ଓଭରରେ ୫ ଉଇକେଟ ହରାଇ ୧୭୨ ରନ କରି ବିଜୟୀ ହୋଇଥିଲା । ଏହି ଦଳର ରାମଚନ୍ଦ୍ର ବେହେରା ୯୦ ରନ, ରୋନାଲ୍ଡ ଦାସ ୨୮ ରନ ଓ ତାପସ ରାଉତ ୨୬ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ରୋହିତ ସାଗର ଓ ମିନଲ ପରିଡା ୨ ଉଇକେଟ ଲେଖାଏଁ ହାସଲ କରଥିଲେ । ସ୍କୋରର ଭାବେ ଖଗେଶ୍ୱର ମଲ୍ଲିକ, ଶରତ ଚନ୍ଦ୍ର ଜେନା ଓ ଜୟନ୍ତ କୁମାର ନାୟକ ଦାଇତ୍ୱ ତୁଲାଇଥିଲେ । ଧାରାବିବରଣୀ ଦେଇଥିଲେ ପ୍ରଦୀପ୍ତ ନାୟକ, ବିଷ୍ଣୁ ଚରଣ ବୋଇତାଇ ଓ ଗୋପବନ୍ଧୁ ମାଝୀ । ଅମ୍ପାୟାର ଭାବେ ଯଯାତି କେଶରୀ ମହାପାତ୍ର ମ୍ୟାଚ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.