Home ଜିଲ୍ଲା ପରିକ୍ରମା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ କଟକ ୟଙ୍ଗଷ୍ଟାର

ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ କଟକ ୟଙ୍ଗଷ୍ଟାର

67

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁଣ୍ଣାମେଣ୍ଟର ତୃିତୀୟ କ୍ୱାଟର ଫାଇନାଲ ମ୍ୟାଚ ଆର.ସି.ସି. ୟଙ୍ଗଷ୍ଟାର କଟକ ଦଳ ଓ ଭଣ୍ଡାରିପୋଖରୀ ୧୧ ମଧ୍ୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଚନ୍ଦ୍ରଭାନୁପୁର କ୍ରିକେଟ ପଡିଆରେ ଅନୁଷ୍ଠିତ ମ୍ୟାଚରେ ଭଣ୍ଡାରିପୋଖରୀ ୧୧ ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କଟକ ଆର.ସି.ସି. ୟଙ୍ଗଷ୍ଟାର ଦଳ ନିର୍ଦ୍ଧାରିତ ୨୫ ଓଭରରେ ୩୩୨ ରନ ସ୍କୋର କରିଥିଲା । କଟକ ପକ୍ଷରୁ ସନ୍ତୋଷ ସେଠୀ ୫୦ ବଲ ରୁ ୧୨୫ ରନ ଓ ରାଇତା ଦେବ ୨୧ ବଲରେ ୬୪ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ସୁକାନ୍ତ ଦାସ ୫ ଓଭରରେ ୫୦ ରନ ଦେଇ ୪ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ଭଣ୍ଡାରିପୋଖରୀ ୧୧ ଦଳ ୨୫ ଓଭରରେ ୮ ଉଇକେଟ ହରାଇ ୨୨୭ ରନ କରି ପରାଜିତ ହୋଇଥିଲା । ଭଣ୍ଡାରିପୋଖରୀ ୧୧ ପକ୍ଷରୁ ଏକଲବ୍ୟ ହାତୀ ୨୬ ବଳରେ ୪୫ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ବୋଲର ବ୍ରଜକିଶୋର ବେହେରା ୫ ଭରରେ ୩୪ ରନ ଦେଇ ୨ ଉଇକେଟ ଓ ସନ୍ତୋଷ ସେଠୀ ୩ ଓଭରରେ ୨୩ ରନ ଦେଇ ୪ ଉଇକେଟ ହାସଲ କରିଥିଲେ । ଅମ୍ପାୟାର ଦେବବ୍ରତ ଦାସ ଓ ଦୁର୍ଗା ପ୍ରସାଦ ପଟ୍ଟନାୟକ ମ୍ୟାଚ ପରିଚାଳନା କରିଥିଲେ । ଶୋଭନ ଶଙ୍ଖୁଆ ଓ ଦିବ୍ୟରଞ୍ଜନ ବେହେରା ସ୍କୋରର, ଜ୍ଞାନରଞ୍ଜନ ଘଡେଇ ଓ ପ୍ରଦୀପ ଜେନା ଭାଷ୍ୟକାର ଦାଇତ୍ୱ ତୁଲାଇଥିଲେ । ମୁଖ୍ୟ ଅତିଥି ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ସନ୍ତୋଷ ସେଠୀଙ୍କୁ ପୁରସ୍କୃତ କରିଥିଲେ । ବୁଧବାର ଟୁର୍ଣ୍ଣାମେଣ୍ଟର ୪ର୍ଥ ସେମିଫାଇନାଲ ମ୍ୟାଚ ୟୁନିକ ୧୧ ଭଦ୍ରକ ଦଳ ଓ ବି.ଏମ.ସି.ସି. ଗୋଳକୁଣ୍ଡ ଦଳ ମଧ୍ୟରେ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.