Home ଜିଲ୍ଲା ପରିକ୍ରମା ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

48

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ପୁରିପଡା-ଡାହାଲା ଶନିମନ୍ଦିର ପଡିଆରେ ଅନୁଷ୍ଠିତ ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଦେବଦାସୀ ଜେନା ପ୍ରତିଯୋଗୀତା ଉଦଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ତାରାପୁର, ବନ୍ତ, ମିରିଗମୁଣ୍ଡି, ଆନନ୍ଦପୁର, କେଉଁଝର ଆଦି ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିଲେ । ଅନ୍ତିମ ମ୍ୟାଚରେ ତାରାପୁର ଦଳ ୨-୧ ସେଟରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ଉଦଯାପନୀ ଉତ୍ସବରେ ବିଡିଓ ଦେବଦତ୍ତ ଦାଶ ମୁଖ୍ୟଅତିଥି ଓ ଥାନାଧିକାରୀ ଅମିତାଭ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଓ ରନରସପ ଦଳକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.