Home ଜିଲ୍ଲା ପରିକ୍ରମା ପଣ୍ଡିତ ଶ୍ରୀବତ୍ସ ଖଡିରତ୍ନଙ୍କୁ ମିଳିଲା ଡକ୍ଟରେଟ ଉପାଧି

ପଣ୍ଡିତ ଶ୍ରୀବତ୍ସ ଖଡିରତ୍ନଙ୍କୁ ମିଳିଲା ଡକ୍ଟରେଟ ଉପାଧି

61

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅର୍ନଗତ ନାଆମୀ ଗ୍ରାମର ବିଶିଷ୍ଟ ଜ୍ୟୋତିଷ ତଥା ବାସ୍ତୁ ବିଚାରକ ପଣ୍ଡିତ ଶ୍ରୀବତ୍ସ ଖଡିରତ୍ନଙ୍କୁ ଉଚ୍ଚତର ଗବେଷଣା, ଉନ୍ନତ ତଥା ନିର୍ଭରଯୋଗ୍ୟ ବିଚାର ଓ ଗଣନା ପାଇଁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ରବିବାର ଭୁବନେଶ୍ୱରରେ ଆୟୋଜିତ ‘ଭାରତୀୟ ଜ୍ୟୋତିଷ ଓ ବାସ୍ତୁ ସଙ୍ଗଠନ’ ପକ୍ଷରୁ ଆୟୋଜିତ ୧୦ମ ଆନ୍ତର୍ଜାତୀୟ ବୈଦିକ ସଂସ୍କୃତି ଓ ଜ୍ୟୋତିଷ ସମ୍ମେଳନରେ ଶ୍ରୀବତ୍ସଙ୍କୁ ଡକ୍ଟରେଟ ପ୍ରଦାନ କରାଯାଇଥିଲା । ଏଥିରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି, ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟବକ୍ତା, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡକ୍ଟର ହରିହର ହୋତା, ରେଡ ବୁକ ବିଶେଷଜ୍ଞ ଗୁରୁଦେବ ଜି.ଡି.ବଶିଷ୍ଠ, ବିଧାୟକ ଅନନ୍ତ ନାରାୟଣ ଜେନା, ପୁରସ୍କାର କମିଟି ମୁଖ୍ୟ ଭାରତରତ୍ନ ପ୍ରଫେସର ଡକ୍ଟର ପି.ଆର. ହାଲଦାର, ସମ୍ମେଳନ ସଂଯୋଜକ ବିଶିଷ୍ଟ ବାସ୍ତୁଶାସ୍ତ୍ରୀ ତଥା ଜ୍ୟୋତିଷ ପ୍ରଫେସର ଡକ୍ଟର ହୃଦାନନ୍ଦ ବଳ, ଭୁବନେଶ୍ୱର ଜ୍ୟୋତିଷ ଗବେଷଣା କେନ୍ଦ୍ର ସଙ୍ଗଠକ ଡକ୍ଟର ପୀୟୁଷ ପୀୟାଶୁ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖଡିରତ୍ନଙ୍କୁ ଡକ୍ଟରେଟ ଉପାôଦ ପ୍ରଦାନ କରିଥିଲେ ।

ଏଥିପୂର୍ବରୁ ଶ୍ରୀ ଖଡିରତ୍ନଙ୍କ ପ୍ରକାଶିତ ବିଶ୍ଳେଷଣାତ୍ମକ ସନ୍ଦର୍ଭ ‘ଶରୀରର ବିଭିନ୍ନ ଅଙ୍ଗ ଉପରେ ଗ୍ରହମାନଙ୍କ ପ୍ରଭାବ ଓ ଚିକିତ୍ସା ଜୋତିଷ ବିଜ୍ଞାନ’ ଉଚ୍ଚ ପ୍ରଶଂସା ଲାଭ କରି ଡକ୍ଟରେଟ ପାଇଁ ଯୋଗ୍ୟ ବିବଚେିତ ହୋଇଥିଲା । ବିରଜା ପଞ୍ଜିକାର ଅନ୍ୟତମ ପ୍ରତିଷ୍ଠାତା ଜ୍ୟୋତିଷ ସାଧକ ମାର୍କଣ୍ଡେୟ ଖଡିରତ୍ନଙ୍କ ପୌତ୍ର ଓ ବିିରଜା ପଞ୍ଜିକା ର ପଞ୍ଚାଙ୍ଗ ଗଣନାକାର ଭାସ୍କର ଖଡିରତ୍ନଙ୍କ ପୁତ୍ର ଶ୍ରୀବତ୍ସ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ ଓ ଜ୍ୟୋତିଷ ବିଚାରରେ ନିଜୟକୁ ନିୟୋଜିତ କରିଥିଲେ । ସୁବିଚାର ପାଇଁ ଜ୍ୟୋତିଷ ଗୌରବ, ଜ୍ୟୋତିଷ ଶ୍ରୀ, ଜ୍ୟୋତିଷ ସମ୍ରାଟ, ଜ୍ୟୋତିଷ ଭାସ୍କର, ଜ୍ୟୋତିଷ ତାରକା ଭଳି ବହୁ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଶ୍ରୀବତ୍ସଙ୍କ ଏହି କୃତିତ୍ୱ ପାଇଁ ମଞ୍ଜୁରୀରୋଡ ଶରତଚନ୍ଦ୍ର କଲଚରାଲ ଏକାଡେମୀ ସମ୍ପାଦକ ବିଶ୍ୱନାଥ ବାରିକ, ମଞ୍ଜୁରୀରୋଡ ସାହିତ୍ୟ ସଂସଦ ସଭାପତି କିଶୋର ଚନ୍ଦ୍ର ଦାସ, ସମ୍ପାଦକ ହରିଶ୍ଚନ୍ଦ୍ର ଜେନା, ସାହିତ୍ୟିକ କାହ୍ନୁଚରଣ ସାହୁ, ସମାଜସେବୀ ଧନେଶ୍ୱର ପଣ୍ଡା, ଅଜୟ କୁମାର ସାହୁ, ଜଗନ୍ନାଥ ଜେନା, ଅବସରପ୍ରାପ୍ତ ଅଧ୍ୟକ୍ଷ ସୁରଞ୍ଜନ ପଣ୍ଡା, ସାମ୍ବାଦିକ ପ୍ରକାଶ ମହାପାତ୍ର, ଅଧ୍ୟାପକ ଅନାଦି ଚରଣ ସାହୁ ପ୍ରମୁଖ ଶ୍ରୀବତ୍ସଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.