Home ଜିଲ୍ଲା ପରିକ୍ରମା ଧାମରା ବଙ୍ଗୋପସାଗରରେ ମାଛଧରା ହେଲା କାଳ, ପାଣିରେ ବୁଡି ଜଣେ ମୃତ ଜଣେ ଆହତ

ଧାମରା ବଙ୍ଗୋପସାଗରରେ ମାଛଧରା ହେଲା କାଳ, ପାଣିରେ ବୁଡି ଜଣେ ମୃତ ଜଣେ ଆହତ

31

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କରଞ୍ଜମାଳ ପଂଚାୟତରେ ଏକ ଅଭାବନୀୟ ପରିସ୍ଥିତିରେ ମାଛ ଧରିବାକୁ ଯାଇ ଜଣେ ଧୀବରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଥିବା ଜଣାଯାଇଛି। ପ୍ରାପ୍ତ ଖବର ଅନୁଯାୟୀ କରଞ୍ଜମାଳ ପଂଚାୟତ ଅଧିନସ୍ଥ ଧାନକୁଟା ଗ୍ରାମର ଲକ୍ଷ୍ମୀଧର ଦାସ(୫୨) ଏବଂ ପ୍ରଶାନ୍ତ ଦାସ(୩୮) ୨ଜଣ ନିକଟସ୍ଥ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ।ସେ ନିକଟସ୍ଥ ବଙ୍ଗୋପସାଗର କୂଳ ଠାରୁ କିଛି ଦୂରରେ ବେଢ ଜାଲ ମାରିଥିଲେ। ସମୁଦ୍ର ଅଶାନ୍ତ ଥିବା ସମୟରେ ଏହି ୨ଜଣ ଜାଲ ଉଠାଇବାକୁ ଯାଇଥିବା ବେଳେ ଅଚାନକ ସମୁଦ୍ରରେ ଉଚ୍ଚା ଢେଉ ଆସିବା ଫଳରେ ଲକ୍ଷ୍ମୀଧର ଦାସ ସମୁଦ୍ରରେ ଭାସି ଯାଇଥିଲେ। ପ୍ରଶାନ୍ତ ଦାସ ଉପସ୍ଥିତ ରେ ଲକ୍ଷ୍ମୀଦର ଭାସି ଯାଉଥିବା ଦେଖି ସେ ତତକ୍ଷଣାତ ସେ ଏକ ଦଉଡି ଫିଙ୍ଗି ଦେଇ ସେହି ଦଉଡିକୁ ଧରିବାକୁ କହିଥିଲେ ମାତ୍ର ସମୁଦ୍ରର ଅଶାନ୍ତ ଢେଉରେ ଲକ୍ଷ୍ମୀଧର ଭାସି ଯାଇଥିଲେ।ପ୍ରଶାନ୍ତ ଦାସ ଆସି ଏହି ଦୁଃଖଦ ଖବର ନିଜ ଗାଁରେ ଦେବାପରେ ତତକ୍ଷଣାତ ଗ୍ରାମବାସୀ ଧାମରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଧାମରା ଅଗ୍ନିଶମ ବାହିନୀ ସେହି ସ୍ଥାନକୁ ଯାଇ ସମୁଦ୍ରର ଅଶାନ୍ତ ପରିସ୍ଥିତିକୁ ଦେଖି ସମୁଦ୍ର ମଧ୍ୟକୁ ନଯାଇ ଫେରି ଆସିଥିଲେ। ପରେ କରଞ୍ଜମାଳ ପଂଚାୟତବାସୀ ସେହି ସ୍ଥାନକୁ ଯାଇ ପାଣି ଛାଡିବା ପରେ ଲକ୍ଷ୍ମୀଧର ଶବ କୁ ଦେଖିବାକୁ ପାଇଥିଲେ ଏବଂ ସେହି ଶବକୁ ବଇଁଚା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କର ମୃତ୍ୟ ଘୋଷଣା କରିବା ଶବ ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ଜିଲ୍ଲା ମେଡିକାଲକୁ ପଠାଇଥିବା ଜଣାଯାଇଛି।ପାଣିରେ ବୁଡି ଶ୍ୱାସ ରୁଦ୍ଧ ହୋଇଥିବା ପ୍ରଶାନ୍ତ କୁ ଚିକିତ୍ସା କରିବା ପାଇଁ ବଇଂଚା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି।ପାଣିରେ ବୁଡି ନିଖୋଜ ହୋଇଥିବା ଜଣେ ଲୋକକୁ ଖୋଜିବା ପାଇଁ ଯାଇ କେଉଁ ପରିସ୍ଥିତିରେ ଧାମରା ଅଗ୍ନିଶମ ବାହିନୀ ସେହି ସ୍ଥାନକୁ ଯାଇ ମୃତକଙ୍କୁ ଖୋଜାଖୋଜି ନ କରି ଫେରି ଆସିଲେ ତାହା ର ବିଦ୍ଧିବଦ୍ଧ ତଦନ୍ତ ଦାବି କରିଛନ୍ତି ଅଂଚଳବାସୀ। ଏ ନେଇ ବାଂଶଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.