Home କେନ୍ଦୁଝର ହଦଗଡ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ

ହଦଗଡ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ

43

ହାଟଡିହି- ୩୦ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହଦଗଡ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ପଞ୍ଚାୟତଟି ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିବାବେଳେ ଏହାର ସୁଯୋଗ ନେଇ କିଛି ସରକାରୀ କର୍ମଚାରୀ ଓ ସ୍ଥାନୀୟ କିଛି ଲୋକ ପଞ୍ଚାୟତକୁ ଆସୁଥିବା ଅନେକ ଅନୁଦାନକୁ ହରିଲୁଟ କରୁଛନ୍ତି । କରେନା ମହାମାରୀ ସମୟରେ ମନରେଗା ଯୋଜନାର ବହୁତ ଆବଶ୍ୟକତା ଥିବାବେଳେ ଏଠାରେ କେବଳ କାଗଜକଲମରେ ସୀମିତ ରହିଛି । ପୁର୍ବରୁ ଏହି ପଞ୍ଚାୟତରେ ଦୁଇକୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥବବାବେଳେ ଗତବର୍ଷ କାମ ନକରି ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଠାଇ ନିଆଯାଇଛି । ଗୋଟିଏ ଗୋଟିଏ ପରିବାର ନାମରେ ୨/୩ଟି ପୋଖରୀ କରାଇ ମେସିନି ସାହାଯ୍ୟରେ ଅଳ୍ପ କିଛି କାମକରି ନିଜ ପରିବାର, ଆତ୍ମୀୟ ସ୍ୱଜନ ଓ ବନ୍ଧୁ ବାନ୍ଧବଙ୍କ ନାମରେ ଉଠାଇ ନିଆଯାଇଛି । ଦଲକି, ରତ୍ନମରା, ପିତାନାଉ ଭଳି ଯାଗାରେ ଗୋଟିଏ ଡିସିମିଲ ରାଜସ୍ୱ ଜମି ନାହିଁ । ଏହା ଅଭୟାରଣ୍ୟ ଘୋଷିତ ହୋଇ ଜଂଗଲ ମଧ୍ୟରେ ଅଛି । କିନ୍ତୁ ସେଠାରେ ଚାଷଜମି ସମତଳ କରିବା ନାମରେ ୧୪ଜଣଙ୍କ ନାମରେ ୧୫ଲକ୍ଷ ଟଙ୍କା ଉଠାଯାଇଛି ଓ ଆଉ କିଛି ଅନୁଦାନ ଉଠାଇବାକୁ ଯୋଜନା ଚାଲିଛି । ସେହିପରି ବିଭିନ୍ନ ଖେଳ ପଡିଆ ନିର୍ମାଣ କରାଯାଉଥିବାବେଳେ ଅଳ୍ପ କିଛି କାମ କରାଯାଇ ଅଧିକ ବିଲ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି କିଛି ପ୍ରକଳ୍ପର ଆଦୌ କାମ ହୋଇନଥିବା ବେଳେ ୫/୧୦ଟ୍ରାକ୍ଟର ମାଟି ପକାଇ ଲକ୍ଷାôଦକ ଟଙ୍କାର ବିଲ କରାଯାଇଛି । ପ୍ରଧାମନ୍ତ୍ରୀ ଓ ବିଜୁ ପକ୍କାଘର ଯୋଜନାରେ ମିଳୁଥିବା ମଜୁରୀ ସହାୟତା ଅର୍ଥରେ ମଧ୍ୟ ଅନିୟମିତତା ଦେଖିବାକୁ ମିଳିଛି । ସରକାରଙ୍କ ନିୟମାନୁଯାଇ ୯୫ଦିନର ମଜୁରୀ ଦେ ବାକୁ ଥିବାବେଳେ ଏହି ପ୍ୟଞ୍ଚାୟତରେ ୪୦ଜଣ ନିଜ ଲୋକଙ୍କୁ ୧୦୦ରୁ ୧୩୦ଦିନ ପର୍ଯ୍ୟନ୍ତ ମଜୁରୀ ପ୍ରଦାନ କରାଯାଇଛି । କିନ୍ତୁ ଅନେକ ହିତାଧିକାରୀ ଆଜି ପର୍ଯ୍ୟନ୍ତ ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇପାରି ନାହାନ୍ତି ବୋଲି ଟିକାୟାତ ନାଇକ, ଜଗବନ୍ଧୁ ନାଇକ, ଗୋବର୍ଦ୍ଧନ ନାଇକ, ରଞ୍ଜିତ ନାଏକ, ଅଲେଖ ନାଏକ, ରାମଚନ୍ଦ୍ର ନାଏକ, ଭଗବାନ ନାଏକ, ମିଥୁନ ନାଏକ, ରାଜୀବ କୁମାର ନାଏକ, ଲକ୍ଷ୍ମଣ ଦାସ, ସୁରେନ୍ଦ୍ର ବେହେରା, ଜଗବନ୍ଧୁ ସାହୁ, ଆର୍ତ୍ତବନ୍ଧୁ ନାଇକ, ନିରଞ୍ଜନ ନାଇକ ପ୍ରମୁଖ ଅଭିଯୋଗ କରିଛନ୍ତି । ଏନେଇ ସେମାନେ କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖଙ୍କୁ ଲିଖିତ ଭାବେ ଜଣାଇ ଏହାର ତଦନ୍ତ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.