Home କେନ୍ଦୁଝର ମୋଦୀ ସରକାରର ଦ୍ୱିତୀୟବର୍ଷ ପୁର୍ତ୍ତି ଉପଲକ୍ଷେ ବିଜେପି ପକ୍ଷରୁ ସେବାକାର୍ଯ୍ୟ

ମୋଦୀ ସରକାରର ଦ୍ୱିତୀୟବର୍ଷ ପୁର୍ତ୍ତି ଉପଲକ୍ଷେ ବିଜେପି ପକ୍ଷରୁ ସେବାକାର୍ଯ୍ୟ

56

ହାଟଡିହି- ୩୦ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ଦ୍ୱିତୀୟବର୍ଷ ପୁର୍ତ୍ତି ଅବସରରେ ଆଜି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପ୍ରତି ପଞ୍ଚାୟତ ଓ ୱାର୍ଡ ମାନଙ୍କରେ ବାତ୍ୟା ପୀଡିତ ଗରିବ ଲୋକମାନଙ୍କୁ ବିଜେପି କର୍ମକର୍ତ୍ତାଙ୍କ ଦ୍ୱାରା ଶୁଖିଲା ଖାଦ୍ୟ, ମାସ୍କ, ପିଲିଥିନ, ସାନିଟାଇଜର, କ୍ୟାଣ୍ଡଲ ଆଦି ବଣ୍ଟନ କରାଯିବା ସହ କେତେକ ସ୍ଥାନରେ ବୃକ୍ଷରୋପଣ, ସ୍ୱଚ୍ଛ ଭାରତ ଅଭିଯାନ , ଗାଁ ଗାଁ ବୁଲି ଜ୍ୱର ମାପକ ଯନ୍ତ୍ରରେ ଶରୀରର ତାପମାତ୍ରା ମାପିବା ଆଦି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବରିଷ୍ଠ ବିଜେପି ନେତା ଆଲୋକସେଠୀ, ଆଇତିପୁର, ହାବଳେଶ୍ୱର, ଷଡଙ୍ଗ, ସମଣା ଆଦି ପଞ୍ଚାୟତରେ ଦୁଇଶହରୁ ଉର୍ଦ୍ଧ ବାତ୍ୟା ପୀଡିତ ପରିବାରକୁ ଶୁଖିଲାଖାଦ୍ୟ ଓ ପଲିଥିନି ଆଦି ବଣ୍ଟନ କରିଥିଲେ । ଏଥିରେ ବରିଷ୍ଠ ନେତା ଜ୍ଞାନରଞ୍ଜନ ସାମନ୍ତ ସିଂହାର, ବଳଭଦ୍ର ବାରିକ, ଶଶିକାନ୍ତ ରାଉତ, ମଣିନାଥ ଜେନା, ରମାକାନ୍ତ ନାୟକ, ରବିନ୍ଦ୍ର ମଲ୍ଲିକ, ଆଲୋକ ଦାଶ, ଭାଗିରଥି ଜେନା, ଶ୍ରୀକାନ୍ତ ନାୟକ, ନିକୁଞ୍ଜ ଦାସ, ରମାକାନ୍ତ ସାହୁ, ସନାତନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.