Home କେନ୍ଦୁଝର ତାମିଲନାଡୁରେ ଓଡିଆ ଯୁବକଙ୍କ ଅକାଳ ବିୟୋଗ

ତାମିଲନାଡୁରେ ଓଡିଆ ଯୁବକଙ୍କ ଅକାଳ ବିୟୋଗ

169

ହାଟଡିହି- ୩୦ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ତାମିଲନାଡୁ ରେ ଜଣେ ଓଡିଆ ଯୁବକଙ୍କ ଅକାଳ ବିୟୋଗ ଘଟିଛି । ଘରେ କ୍ୟାନସର ପିଡୀତ ବାପର ଚିକିତ୍ସା ଓ ପରିବାର ଲୋକଙ୍କ ମୁହଁରେ ଦାନା ଗଣ୍ଡିଏ ଦେବାପାଇଁ ସୁଦୁର ତାମିଲନାଡୁର କୋଏମ୍ବାଟୁରରେ କାମ କରୁôତବା ରାଜେନ୍ଦ୍ର କୁମାର ସାହୁ(୨୨)ଙ୍କ ଅକାଳ ବିୟୋଗ ଘଟିଛି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର ଗ୍ରାମର ନିରଞ୍ଜନ ସାହୁ କର୍କଟ ରୋଗରେ ପିଡିତ ହେବାପରେ ଚିକିତ୍ସା ପାଇଁ ପାଖରେ କୌଣସି ସମ୍ବଳ ନାହିଁ । ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ପୁଅ ରାଜେନ୍ଦ୍ର କୁମାର ସାହୁ ତାମିଲନାଡୁ ଯାଇ କୋଏମ୍ବାଟୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲା । ଯାହା ରୋଜଗାର କରୁଥିଲା ସେହି ପଇସାରେ ଘର ଚଳାଇବା ସହ ବାପାର ଔଷଧପତ୍ର କିଣାଯାଉଥିଲା । କିନ୍ତୁ ଗତକାଲି ସେଠାରେ କାମ କରୁଥିବା ବେଳେ ସେଠାରେ ଅକସ୍ମାତ ତାର ମୃତ୍ୟୁ ଘଟିଥିଲା । ରାଜେନ୍ଦ୍ର ହୃଦଘାତରେ ମୃତ୍ୟୁବରଣ କରିଥିବା ସୁଚନା ମିଳିଛି । ଏହି ମୃତ୍ୟୁଖବର ପ୍ରଚାରିତ ହୋଇଯିବାପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମେଳାପି, ମିଷ୍ଠଭାଷୀ ପିଲାଭାବେ ସମଗ୍ର ଗ୍ରାମରେ ପରିଚିତ ଥିଲେ । ତାଙ୍କ ଶବଟିକୁ ଆଣିବାପାଇଁ ବହୁତ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନଥିଲା । ଫଳରେ ସେଠାରେ ଶବ ସତ୍କାରର ବ୍ୟବସ୍ଥା କରାଯାୁଛି ବୋଲି ପରିବାର ଲୋକେ ସୁଚନା ଦେଇଛନ୍ତି । ଏପରି ଅବସ୍ଥାରେ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦାବି କରାଯାିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.