Home କେନ୍ଦୁଝର ବଣିଆଗୁଡି ଗାଁରୁ ହରିଣ ଉଦ୍ଧାର

ବଣିଆଗୁଡି ଗାଁରୁ ହରିଣ ଉଦ୍ଧାର

81

ହାଟଡ଼ିହି, ୧୬ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତ ବଣିଆଗୁଡି ଗ୍ରାମରୁ ଆଜି ଏକ ହରିଣକୁ ଉଦ୍ଧାର କରାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ସକାଳେ ଏକ ହରିଣ ନିକଟସ୍ଥ ବଉଳା ପାହାଡରୁ ଗାଁ ଭିତରକୁ ପସି ଆସିଥିଲା । କୁକର ଗୋଡାଇବାରୁ ସେ ସନ୍ତୋଷ ଜେନାଙ୍କ ଗୁହାଳଘରେ ପସି ଯାଇଥିଲା । ପରେ ଗାଁ ଗୁହାଳଘରର କବାଟ କିଳି ବନ ବିଭାଗକୁ ଜଣାଇଥିଲେ । ଫରେଷ୍ଟଗାର୍ଡ ବନ୍ଦିତା ଜେନା ପ୍ରଥମେ ପହଞ୍ଚି ହରିଣଟିକୁ କାବୁ କରିବାପରେ ଅନ୍ୟ ବନକର୍ମଚାରୀମାନେ ପହଞ୍ଚି ତାକୁ ହଦଗଡ ବନଖଣ୍ଡ କାର୍ଯ୍ୟାଳୟକୁ ନେଇ ପରେ ହଦଗଡ ଜଂଗଲରେ ଛାଡିଥିବା ରେଞ୍ଜର ସୁମିତ ମହାନ୍ତି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.