Home କେନ୍ଦୁଝର ହଦଗଡରେ ବନୋମହୋତ୍ସବ ସପ୍ତାହ ପାଳିତ

ହଦଗଡରେ ବନୋମହୋତ୍ସବ ସପ୍ତାହ ପାଳିତ

34

ହାଟଡ଼ିହି, ୧ /୭/ :(ଓଡିଆପୁଅ / ବିକାଶ ବିଶ୍ୱାଳ) ତାଲୁକ ଲିଗାଲ ସର୍ଭିସ କମିଟି ଓ ବନ ବିଭାଗ ଅନୁକୁଲ୍ୟରେ ହଦଗଡ ଠାରେ ବନମହୋତ୍ସବ ସପ୍ତାହ ପାଳନର ଶୁଭାରମ୍ଭ ହୋଇଛି । ଏଥିରେ ଆନନ୍ଦପୁରର ଏ.ଡି.ଜେ ରଞ୍ଜନ କୁମାର ସୁତାର, ଏ.ଏସ.ଜେ ମାହେଶ୍ୱରୀ ପରିଜା, ଏସଡିଜେଏମ ରଶ୍ମୀରେଖା ପାତ୍ର, ଜେ.ଏମ.ଏଫ.ସି ପ୍ରବିଣ କୁମାର ହୋତା, ଜେଏମଏଫସି ହାଟଡିହିର ପ୍ରତୀମା ସାହୁ, ଏନ.ଜି.ଏନ ଘସିପୁରାର ମାନସୀ ପ୍ରଧାନ, ଲିଗାଲଏଡ ସଦସ୍ୟ ବାଇଧର ସେଠୀ, ଆନନ୍ଦପୁର ଡିଏଫଓ ଅଜିତ କୁମାର ତ୍ରିପାଠୀ, ହଦଗଡ ରେଞ୍ଜର ସୁମିତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଏହାର ଶୁଭାରମ୍ଭ କରିବା ସହିତ ଜଂଗଲ ଯନ୍ତୁ ଶୀକାର କରୁôତବା ଶୀକାରୀ ମାନଙ୍କ ଉପରେ ଉପଯୁକ୍ତ ଦଣ୍ଡବିଧାନ, ଜଂଗଲର ପଶୁପକ୍ଷୀଙ୍କ ସୁରକ୍ଷା, ଜଂଗଲ ସୁରକ୍ଷା ଓ ପରିବେଶ ସନ୍ତୁଳନ ଉପରେ ଆଲୋକପାତ କରିଥିଲେ । ଏହିଅବସରରେ ଅତିଥିମାନେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ । ସାତଦିନ ଧରି ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ରେଞ୍ଜର ସୁବିତ କୁମାର ମହାନ୍ତି ସୁଚନା ଦେଇଥିଲେ । ଫରେଷ୍ଟର କେଦାର ପାତ୍ର ଓ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.