Home କେନ୍ଦୁଝର କେବେ ମିଳିବ ଦ୍ୱିତୀୟ ଡୋଜ ଟୀକା,୮୪ଦିନ ପରେବି ମିଳୁନି

କେବେ ମିଳିବ ଦ୍ୱିତୀୟ ଡୋଜ ଟୀକା,୮୪ଦିନ ପରେବି ମିଳୁନି

67

ହାଟଡ଼ିହି, ୧ /୭ / : (ଓଡିଆପୁଅ / ବିକାଶ ବିଶ୍ୱାଳ)ସରକାର କରୋନା ମହାମାରୀରୁ ରକ୍ଷା ପାଇବାପାଇଁ ଟୀକାକୁ ଗୁରୁତ୍ୱ ଦେଉଥିବାବେଳେ ଟୀକାର ଅଭାବ ଲୋକଙ୍କୁ ହତାସ କରିଛି । ପ୍ରାରମ୍ଭରେ ୬୦ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟୀକା ଦିଆଯାଉଥିବାବେଳେ ପରବର୍ତ୍ତୀ ସମୟରେ ତାହାକୁ ୪୫ରୁ ଉର୍ଦ୍ଧ ବର୍ଷର ଲୋକଙ୍କୁ ଦିଆଯିବାପରେ ଏବେ ୧୮ବର୍ଷରୁ ଉର୍ଦ୍ଧଙ୍କୁ ଟୀକା କରଣର ବ୍ୟବସ୍ଥା କରାଯାଇଛି । ସବୁ ଜିଲ୍ଲାରେ ୧୮ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟୀକା ପ୍ରଦାନ କରାଯାଉଥିବାବେଳେ ହାଟଡିହି ବ୍ଲକରେ ଏହା କାର୍ଯ୍ୟକାରୀ ହୋଇଥିଲେବି ବହୁ କମ ସଂଖ୍ୟକ ଲୋକ ଏହି ଟୀକା ନେଇପାରିଛନ୍ତି । ପୁର୍ବରୁ ପ୍ରଥମ ଟୀକାପରେ ୨୮ଦିନ ମଧ୍ୟରେ ଦ୍ୱିତୀୟ ଟୀକା ନେବାକୁ ଘୋଷଣା କରିଥିଲା । ପରବର୍ତ୍ତୀ ସମୟରେ ଏହାର ସମୟ ୪୬ଦିନକୁ ବୃଦ୍ଧି କରିବାପରେ ପୁନର୍ବାର ଏହାକୁ ୮୪ଦିନ କଲା । କିନ୍ତୁ ଏବେସୁଧା ୮୪ଦିନ ପୁରିଯାଇଥିଲେ ମଧ୍ୟ ଲୋକମାନେ ଟୀକା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଘୋଷରାପଦା ଗ୍ରାମର ଶିଶିର କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତି ତାଙ୍କର ଗତ ୨୬/୦୬/୨୦୨୧ରେ ୮୪ଦିନ ପୁରିଯିବା ପରେ ଟୀକା ନେବାକୁ ତାଙ୍କ ମୋବାଇଲକୁ ମେସେଜ ଆସିଥିଲା । କିନ୍ତୁ ସେ ଟୀକାପାଇଁ ବିଭିନ୍ନ ସ୍ଥାନକୁ ଯାଇ ନିରାଶରେ ଫେରିବାକୁ ପଡିଥିଲା ବୋଲି କହିଛନ୍ତି । ଯେଉଁଠିକୁ ଗଲେ ଲୋଙ୍କ ଗହଳିଯେ ଭିତରକୁ ପସି ନପାରି ଫେରି ଆସିଛନ୍ତି ବୋଲି କହିଛନ୍ତି । ସେହିପରି ସଶ୍ମିତା ମହାନ୍ତି, ଅମ୍ବିକା ମହାନ୍ତି, ଧରଣୀ ଜେନା ପ୍ରମୁଖଙ୍କ ଅବସ୍ଥା ମଧ୍ୟ ସମାନ । ୯୦ଦିନ ଅତିକ୍ରାନ୍ତ କରିଥିଲେବି ସେ ଦ୍ୱିତୀୟ ଡୋଜ ଟୀକା ନେଇପାରି ନାହାନ୍ତି । ଫଳରେ ଏତେ ବିଳମ୍ବରେ ଦ୍ୱିତୀୟ ଡୋଜ ଟୀକାନେଲେ ଟୀକା କାମ କରିବତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଖାଲି ଏହି ଚାରିଜଣ ନୁହଁନ୍ତି ବ୍ଲକର ବିଭିନ୍ନ ଅଞ୍ଚଳର ଶହ ଶହ ଲୋକ ଏପରି ଦ୍ୱିତୀୟ ଡୋଜ ଟୀକା ନେବାକୁ ଅପେକ୍ଷା କରିଥିବାବେଳେ ଟୀକା ଅଭାବ ଯୋଗୁଁ ଏବେ ଟୀକାକରଣ ବନ୍ଦ ହୋଇଯାଇଛି । ତେଣୁ ଦ୍ୱିତୀୟ ଡୋଜ ନେବାକୁ ଅପେକ୍ଷା କରିଥିବା ଲୋକମାନେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି । ଏତେ ବିଳମ୍ବ ହେଲେ ସେମାନଙ୍କ ଦ୍ୱିତୀୟ ଡୋଜ ଟୀକା ଫଳପ୍ରଦା ହେବତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.