Home ଜିଲ୍ଲା ପରିକ୍ରମା ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମଙ୍କ ଅକାଳ ବିୟୋଗରେ ଭଦ୍ରକ ଜିଲା ସାମ୍ବାଦିକଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମଙ୍କ ଅକାଳ ବିୟୋଗରେ ଭଦ୍ରକ ଜିଲା ସାମ୍ବାଦିକଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି

60

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମହାନଦୀର ମୁଣ୍ଡଳୀ ବ୍ୟାରେଜ ନିକଟରେ ବନ୍ୟା ସ୍ରୋତରେ ଫସିରହିଥିବା ଏକ ଦନ୍ତାହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମ୍ ବୋଟ୍ ଦୁର୍ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ସମଗ୍ର ଓଡ଼ିଶାବାସୀଙ୍କୁ ମର୍ମାହତ କରିଥିବାବେଳେ ଦିବଂଗତ ଦାସଙ୍କ ପ୍ରତି ଭଦ୍ରକ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ସନ୍ଧ୍ୟାରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଥି ଉପଲକ୍ଷେ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅମର ନାୟକ, ପ୍ରମୋଦ ରାୟ, ଡ. ହରିହର ନାୟକ, ଅଶୋକ ନାୟକ, ପାର୍ଥସାରଥୀ ନାୟକ, ଜ୍ଞାନପ୍ରକାଶ ପାଣି, ଶ୍ରୀକାନ୍ତ ତ୍ରିପାଠୀ, ନରେନ୍ଦ୍ର ସାମଲ, ଅବିନାଶ ପଣ୍ଡା, ଅତିଶ ବେହେରା, ପ୍ରିୟଦର୍ଶନ ବୋଇତି, ରାଜେଶ ଦାସ, ଲାଲା ପ୍ରମୋଦ ରାୟ, ସୌମ୍ୟରଂଜନ ପାଢୀ, ଦୀପ୍ତିରଂଜନ ସାହୁ, ଦେବାଶିଷ ମହାପାତ୍ର, ଜୟ ଜଗନ୍ନାଥ ମଲ୍ଲିକ, ସେକ୍ ଜାହିଦ ଖାନ୍‌, ନସିମ ଅଖତର, ରଶ୍ମିରଂଜନ ସାହୁ, ସପନ ଦାସ, ସୀତାକାନ୍ତ ପାଢୀ, ଶୈଳେନ୍ଦ୍ର ପଲାଇ, ଅଜୟ ପଣ୍ଡା, ନବକିଶୋର ସ୍ୱାଇଁ, ସଂଜୟ ଦାସ, ରମେଶ ପାଗଳ ପ୍ରମୁଖ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ନିକଟରୁ ଏକ କ୍ୟାଣ୍ଡେଲ ନୀରବ ଶୋଭାଯାତ୍ରାରେ ଆସି ସହୀଦ ସ୍ମୃତି ଭବନ ଛକରେ ନୀରବ ପ୍ରାର୍ଥନାରେ ଯୋଗ ଦେଇ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.