Home ଜିଲ୍ଲା ପରିକ୍ରମା ହତ୍ୟା ଉଦ୍ୟମକାରୀ ଦୁଇଭାଇଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା

ହତ୍ୟା ଉଦ୍ୟମକାରୀ ଦୁଇଭାଇଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା

112

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଦେବଦତ୍ତ ପଟ୍ଟନାୟକ ମରଣାନ୍ତକ ଆକ୍ରମଣ ଜନିତ ହତ୍ୟା ଉଦ୍ୟମ ମାମଲାର ବିଚାର କରି ତିହିଡି ଥାନା ଅଧୀନସ୍ଥ ବାମନବିନ୍ଧା ଗ୍ରାମର ଗୋବିନ୍ଦ ଦାସଙ୍କ ଅଭିଯୁକ୍ତ ଦୁଇପୁତ୍ର ଝଡିଆ ଓରଫ ସହଦେବ ଓ ଦିବାକରଙ୍କୁ ୩୦୭ ଦଫାରେ ଦୋଷୀ ସାବ୍ୟସ୍ତ କରି ତିନିବର୍ଷ ସଶ୍ରମ କାରାଦଣ୍ଡା ଓ ୨ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଗତ ୨୦୦୦ ମସିହା ଜୁନ୍ ମାସ ୧୪ ତାରିଖରେ ଏହି ଗ୍ରାମର ଜୀବନ ଦାସ ପୀରହାଟ ବଜାରକୁ ଆସିଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ତାଙ୍କର ପଡୋଶୀ ଦୁଇଭାଇ ଝଡିଆ ଓ ଦିବାକର ମାରଣାସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକମାନେ ଅଭିଯୁକ୍ତ ଦୁଇ ଭାଇଙ୍କୁ ଧରିବାର ଉଦ୍ୟମ କରିଥିଲେ ବି ବଡଭାଇ ଝଡିଆ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲା । ମାତ୍ର ସାନଭାଇ ଦିବାକରକୁ ଘଟଣାସ୍ଥଳରୁ କାବୁ କରି ଲୋକେ ପୁଲିସ୍‌ର ଜିମା ଦେଇଥିଳେ । ଗୁରୁତର ଜୀବନ ପ୍ରଥମେ ତିହିଡି ଓ ପରେ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର ହୋଇ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ । ତାଙ୍କର ଅଭିଯୋଗ କ୍ରମେ ତିହିଡି ଥାନାରେ କେଶ୍ ନଂ ୭୯/୨୦୦୦, ଦଫା ୩୦୭/୩୪ ଆଇପିସି ରେ ଏକ ମାମଲା ରୁଜୁ ହୋଇଥିଲା । ତଦନ୍ତ ସମୟରେ ଅଭିଯୁକ୍ତ ଦୁଇଭାଇ ଜମିବାଡି ଘଟଣାକୁ ନେଇ ତାଙ୍କୁ ଦୁଇଥର ହତ୍ୟା ଉଦ୍ୟମ କରିବା ସହ ଘରେ ନିଆଁ ଲଗାଇଦେବା ଅଭିଯୋଗରେ ଜେଲ୍‌ରେ ଥିଲେ । ଚାର୍ଜସିଟ୍ ଦାଖଲ ହେବା ପରେ ମାମଲାଟି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ବିଚାରପତିଙ୍କ ଅଦାଲତରେ ଏସ୍‌ଟି ନଂ ୭୧/୨୦୦୪-୦୫/୨୦୦୨ ରେ ବିଚାର ହୋଇ ଆଜି ଉପରୋକ୍ତ ରାୟ ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ ଭଦ୍ରକର ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ଯତିକାନ୍ତ ନାୟକ ମାମଲାଟି ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.