Home ଜିଲ୍ଲା ପରିକ୍ରମା ଜିଲାର ପୌରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ

ଜିଲାର ପୌରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ

54

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଡ. ଜ୍ଞାନ ଦାସ କୋବିଡ କଟକଣା ନିମନ୍ତେ ଆଜି ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁଥିରେ ଅର୍ବାନ ଏରିଆ ଭାବେ ଭଦ୍ରକ ପୌରପାଳିକା, ବାସୁଦେବପୁର ପୌରପାଳିକା, ଧାମନଗର ଏନ୍‌ଏସି ଓ ଚାନ୍ଦବାଲି ଏନ୍‌ଏସି ଅଞ୍ଚଳ ରହିଛି । ତେବେ ଏହି ଅର୍ବାନ ଏରିଆ ବ୍ୟତୀତ ବ୍ଳକ ଅଞ୍ଚଳ ଭାବେ ଭଦ୍ରକ ବ୍ଳକର ରାନ୍ଦିଆ ବଜାର ଓ ଗେଲପୁର ପଞ୍ଚାୟତର ସାମରାଇପୁର ଗ୍ରାମ, ଚରମ୍ପା ଓଭରବ୍ରିଜରୁ ଧଳସାହି (ଏରେଇଁ ପଞ୍ଚାୟତ) ପର୍ଯ୍ୟନ୍ତ ଅଞ୍ଚଳକୁ କଟକଣା ପରିସରଭୁକ୍ତ କରାଯାଇଛି । ଏହି ଅଞ୍ଚଳରେ ୧୭ ତାରିଖ ରାତି ୯ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଏହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ । ଅନ୍ୟ ସମସ୍ତ ଚଳପ୍ରଚଳ ଉପରେ କଟକଣା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.