Home ଜିଲ୍ଲା ପରିକ୍ରମା ହତ୍ୟା ଅଭିଯୁକ୍ତକୁ କାବୁ କଲା ଭଣ୍ଡାରିପୋଖରୀ ପୁଲିସ

ହତ୍ୟା ଅଭିଯୁକ୍ତକୁ କାବୁ କଲା ଭଣ୍ଡାରିପୋଖରୀ ପୁଲିସ

23

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତ ନମକଣା ଗ୍ରାମର ପିତାମ୍ବର ଜେନା ହତ୍ୟା ଅଭିଯୁକ୍ତ ସଦାଶିବ ଯେନାକୁ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇଛି। ଦୀର୍ଘ ଦେଢମାସ ଧରି ପୁଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିବା ଅଭିଯୁକ୍ତ ସଦାଶିବକୁ ଭଣ୍ଡାରିପୋଖରୀ ସବଇନିସପେକ୍ଟର ଶୁଭେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ ପୁଲିସ ଦଳ ଗତ ଗତକାଲି କାମାକ୍ଷାନଗର ଅଞ୍ଚଳରେ ବୁଲୁଥିବା ଅବସ୍ଥାରେ ଧରିଥିଲା। ଥାନାଧିକାରୀ ଅମିତାଭ ଦାଶଙ୍କ ଦ୍ୱାରା ସଂଗୃହୀତ ଗୁଇନ୍ଦା ତଥ୍ୟ ଓ ମୋବାଇଲ ଟ୍ରାକ ସୂଚନାକୁ ଆଧାର କରି ପୁଲିସ ଦଳ ଅଭିଯୁକ୍ତ ସଦାଶିବକୁ ଗିରଫ କରିଥିଲା। ଗିରଫ ସମୟରେ ସଦାଶିବ ନିକଟରୁ ଏକ କତା ଓ କାତି ଜବତ କରାଯାଇଛି। ହତ୍ୟାକାଣ୍ଡରେ ସଂପୃକ୍ତି ଥିଲା ବୋଲି ଜେରା ସମୟରେ ପୁଲିସ ନିକଟରେ ସଦାଶିବ ସ୍ୱୀକାର କରିଛି। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅନ୍ୟ ସହ ଅଭିଯୁକ୍ତ ଶ୍ରୀଧର ଯେନା, ଭରତ ଯେନା ଓ ଶତ୍ରୁଘ୍ନ ଯେନା ଖୁବ ଶିଘ୍ର ଧରାପଡିବେ ବୋଲି ଥାନାଧିକାରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

ସଦାଶିବକୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତର ନମକଣା ଗ୍ରାମର ପିତାମ୍ବର ଯେନାଙ୍କୁ ଅପ୍ରେଲ ୨୪ ତାରିଖ ରାତ୍ରରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା। ମୃତ ପିତାମ୍ବର ସାଥି ଗ୍ରାମବାସୀ ସହ ମଞ୍ଜୁରୀରୋଡ ବଜାରରୁ ରବିବାର ସନ୍ଧ୍ୟା ପ୍ରାୟ ୭ମି ସମୟରେ ନୂଆଗାଁ ମାଇନର କେନାଲ ରାସ୍ତାରେ ଘରକୁ ଫେରୁଥିଲେ। ଗନ୍ଧିଆପଦି ଗ୍ରାମ ଅତିକ୍ରମ କରି ‘ମିଆଁଚକ’ ନିକଟରେ ଯାଉଥିବା ବେଳେ ଅତର୍କିତ ଭାବେ କେତେକ ବ୍ୟକ୍ତି ମାରଣାସ୍ତ୍ର ସହାୟତାରେ ପିତାମ୍ବର ଉପରେ ଆକ୍ରମଣ କରିଥିଲେ। କୌଶଳ କ୍ରମେ ସାଥିରେ ଯାଉଥିବା ବ୍ୟକ୍ତି ପଳାଇଯାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ପରିବାର ଲୋକେ ଖୋଜଖୋଜି କରି ରାତ୍ର ପ୍ରାୟ ୯.୩୦ମି. ରେ ଫାଣ୍ଡି ପୁଲିସ ସହାୟତାରେ ପିତାମ୍ବରକୁ କେନାଲ ବନ୍ଧତଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପିତାମ୍ବରକୁ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ପିତାମ୍ବରର ଗୋଡଗୋଚ୍ଛି କଟାଯାଇଥିବା ବେଳେ ଜଙ୍ଘ, ହାତ ଓ ମୁଣ୍ଡରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ କଟକ ନିଆଯାଉଥିବା ବେଳେ ଜାରକା ନିକଟରେ ପିତାମ୍ବର ପ୍ରାଣ ହରାଇଥିଲେ। ପିତାମ୍ବର ପୁତ୍ର ଗଣେଶ ଯେନାର ଅଭିଯୋଗ କ୍ରମେ ଥାନାରେ ୧୪୬/୨୨ନଂ ମାମଲା ତିନି ଭାଇ ଭରତ ଯେନା, ଶତ୍ରୁଘ୍ନ ଯେନା, ସଦାଶିବ ଯେନା ଓ ପିତା ଶ୍ରୀଧର ଯେନା ନାମରେ ଋଜୁ ହୋଇଥିଲା। ଅଭିଯୁକ୍ତମାନେ ପୂର୍ବଶତ୍ରୁତାରୁ ଆକ୍ରମଣ କରିଥିଲେ ବୋଲି ଏତାଲାରେ ଦର୍ଶାଯାଇଥିଲା। ପୁଲିସ ଘଟଣାସ୍ଥଳରୁ ଦୁଇଟି ରକ୍ତଲଗା ଠେଙ୍ଗା ମଧ୍ୟ ଜବତ କରିଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରୁ ସଦାଶିବ ଧରାପଡିଥିବା ବେଳେ ଅତ୍ୟ ତିନିଜଣ ଫେରାର ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.