Home ଓଡ଼ିଶା ହଟସ୍ପଟ ଜିଲ୍ଲାବାସୀଙ୍କୁ ମାଲକାନଗିରି ଜିଲ୍ଲାକୁ ପ୍ରବେଶ ମନା ଥିବା ବେଳେ ବାହାର ରାଜ୍ୟ ଓ ଅନ୍ୟଜିଲ୍ଲାରୁ...

ହଟସ୍ପଟ ଜିଲ୍ଲାବାସୀଙ୍କୁ ମାଲକାନଗିରି ଜିଲ୍ଲାକୁ ପ୍ରବେଶ ମନା ଥିବା ବେଳେ ବାହାର ରାଜ୍ୟ ଓ ଅନ୍ୟଜିଲ୍ଲାରୁ ଯାତ୍ରୀବାହି ବସର ଅବାଧ ପ୍ରବେଶ

93

ମାଲକାନଗିରି,୧୪ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ବୃଦ୍ଧିପାଇଚାଲିଛି । ବାହାର ରାଜ୍ୟ ଓ ହଟସ୍ପଟ ଜିଲ୍ଲାର ଲକୋମାନଙ୍କ ପ୍ରବେଶ ଦା୍ୱରା ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ମାନଙ୍କ ସଂଖ୍ୟାଅଧିକ ହେଉଥିବାରୁ ସେ ସବୁ ଅଚଂଳ ର ଲୋକ ମାନଙ୍କୁ ମାଲକାନଗିରି ଜିଲ୍ଲାକୁ ପ୍ରବେଶ ମନାକରାଯାଇଛି, ଏ ସଂପର୍କରେ ଜିଲ୍ଲାପ୍ରଶାସନ ପକ୍ଷରୁ ଗତ ୧୧ତାରିଖ ଦିନ ସୁଚନା ଦିଆଯାଇଥିଲା । ଲକଡାଉନ ଘୋଷଣା ହୋଇଥିବା ସ୍ୱତ୍ୟେ ଗତ କାଲି ତାମିଲନାଡୁ ରାଜ୍ୟରୁ ଏକ ବସରେ କିଛି ଯାତ୍ରୀ ଓ ଆଜି ହଟସ୍ପଟ ଅଚଂଳ ଭୁବନେଶ୍ୱରରୁ ଦୁଇଟି ଘରୋଇ ବସରେ ଯାତ୍ରୀ ମାଲକାନଗିରି ଜିଲ୍ଲାରେ ଅବାଧରେ ପ୍ରବେଶ କରିଥିଲେ ମଧ୍ୟ ଏଥିପ୍ରତି ଜିଲ୍ଲାପ୍ରଶାସନର ନଜର ନହିଁ । ହଟସ୍ପଟ ଅଚଂଳରୁ ଆସୁଥିବା ଯାତ୍ରା ମାନଙ୍କୁ କ୍ୱାରେଟାଂଇନ ରେ ନରଖିବା ଦ୍ୱାରା ଜିଲ୍ଲାରେ କରୋନା ଭାଇରସ ବ୍ୟାପି ଏହା ଗୋଷ୍ଠିସଂକ୍ରମଣ ହେବାର ବହୁତ ସମ୍ଭାବନା ରହିଛି ବୋଲି ସହରବାସୀ କହିଛନ୍ତି । ଜିଲ୍ଲାର ପ୍ରବେଶ ଦ୍ୱାରା ଗୋବିନ୍ଦପାଲି ଓ ଆନ୍ଦ୍ର,ଛତିଶଗଡ,ତେଲାଙ୍ଗାନ ରାଜ୍ୟ ସୀମାନ୍ତ ପ୍ରବେଶ ଦ୍ୱାର ମୋଟୁ ଠାରେ ପୁବ ର୍ରୁ ସ୍ୱତନ୍ତ୍ର ଭାବେ ଚେକପୋଷ୍ଠ କରାଯାଇ ଜିଲ୍ଲାଭିତରକୁ ଆସୁଥିବା ଯାନବାହନ ଓ ପ୍ରବାସୀ ମାନଙ୍କୁ ଯାଚଂ ସହ ସେମାନଙ୍କୁ ସ୍କ୍ରିନ ଟେଷ୍ଟ,ଡାକ୍ତରୀ ପରୀକ୍ଷା ପରେ କ୍ୱାରେଟାଂଇନ ରେ ରଖାଯାଉଥିଲା । ଏବେ କିଛି ଦିନ ହେଲା ଏହି ସବୁ ଚେକ ପୋଷ୍ଟ ଉଠାଇ ଦିଆଯାଇଥିବାରୁ ଜିଲ୍ଲାଭିତରକୁ ଅବାଧରେ ବାହାର ରାଜ୍ୟ ଓ ହଟସ୍ପଟ ଜିଲ୍ଲାଗୁଡିକର ଯାତ୍ରା ବାହି ବସ ଓ ଯାନବାହନ ଚଳପ୍ରଚଳ ଆରମ୍ଭ କରିଦେଇଛି । ଖାଲି ଲୋକ ଦେଖାଣିଆ ଭାବେ ଅଧିକ ସଂକ୍ରମିତ ହୋଇଥିବା ୧୩ଟି ଜିଲ୍ଲାର ଲୋକ ମାନଙ୍କୁ ମାଲକାନଗିରି ଜିଲ୍ଲାକୁ ପ୍ରବେଶ ବାରଣକରିଛି ଜିଲ୍ଲାପ୍ରଶାସନ । ହଟସ୍ପଟ ଜିଲ୍ଲା ଗୁଡିକ ହେଲା ଗଜାଂମ,ଖୋର୍ଦ୍ଦା(ଭୂବନେଶ୍ୱର),ନୟାଗଡ, ପୁରୀ,ଢେଙ୍କାନାଳ, ସୁନ୍ଦରଗଡ, ଗଜପତି,କେନ୍ଦ୍ରାପଡା, ଯାଜପୁର,ଜଗତସିଂହପୁର, କଟକ,ଭଦ୍ରକ,ବାଲେଶ୍ୱର । ନିହାତି ଜରୁରୀ କାମଥିଲେ କେହିବ୍ୟକ୍ତି ହଟସ୍ପଟ ଅଚଂଳରୁ ମାଲକାନଗିରି ଜିଲା୍ଲକୁ ଆସୁଥିଲେ ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ କ୍ୱାରେଟଂଟାଇନ ରେ ରହିବା ପାଇଁ ବାଧ୍ୟ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । ଗତ କାଲି ତାମିଲନାଡୁ ଓ ଆଜି ଦୁଇଟି ବସର ରେ କଟକ, ଭୁବନେଶ୍ୱର,ଖୋର୍ଦ୍ଦା ହଟସ୍ପଟ ଅଚଂଳରୁ ଆସିଥିବା ଯାତ୍ରୀ ମାନଙ୍କୁ ପ୍ରଶାସନ ପକ୍ଷରୁ ଯାଚଂ କରାଯାଇ ନାହିଁକି ସେମାନଙ୍କୁ କ୍ୱାରେଟାଂଇନ ରେ ରହିବା ପାଇଁ ମଧ୍ୟ କୁହାଯାଇ ନଥିବାରୁ ସେମାନେ ନିଜ ନିଜ ଘରକୁ ପଳାଇଛନ୍ତି । ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରି ବ୍ୟାପିଚାଲି ଥିବା ବେଳେ ବାହାର ରାଜ୍ୟ ଓ ଅନ୍ୟଜିଲ୍ଲାରୁ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ପୌରପରିଷଦ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ରୋକ ଲଗାଯାଉ ନଥିବାରୁ ଇତି ମଧ୍ୟରେ ଜିଲ୍ଲାରେ କରୋନା ସଂକ୍ରମଣ ଙ୍କ ସଂଖ୍ୟା ୧୯୫ ରେ ପହଁଚିସାରିଲାଣି । ଏ ସଂପର୍କରେ ଜିଲ୍ଲାପାଳ ଖବର ପାଇବା ପରେ ବସଷ୍ଟାଣ୍ଡକୁ ପ୍ରଶାସନିକ ଅଧିକାରୀଙ୍କୁ ପଠାଇ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.