Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ୭ଜଣ କରୋନା ଯୋଦ୍ଧାଙ୍କ ସହ୧୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

ମାଲକାନଗିରି ଜିଲ୍ଲାରେ ୭ଜଣ କରୋନା ଯୋଦ୍ଧାଙ୍କ ସହ୧୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

65

ମାଲକାନଗିରି,୧୪ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ପରିସ୍ଥିତି ଉଦ ବେଗଜନକ ହେବାକୁ ଲାଗିଛି । ଗତ କାଲି ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଜିଲ୍ଲାରେ ପୁଣି ୧୧ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ୧୧ଜଣ ଯାକ ସବୁ ସ୍ଥାନୀୟ ବ୍ୟକ୍ତି ,ଏମାନଙ୍କ ମଧ୍ୟରୁ ୭ଜଣ କରୋନା ଯୋଦ୍ଧା ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଓ ମେଡିକାଲ କର୍ମଚାରୀ ଥିବା ବେଳେ ଅନ୍ୟ୪ଜଣ ସ୍ଥାନୀୟ ଜନସାଧରଣ ବୋଲି ଜଣାପଡିଛି । ଏମାନେ ସବୁ ପୁବ ର୍ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲା ହସପିଟାଲରୁ ୪ ଜଣ କରୋନା ଯୋଦ୍ଧା ଓ ମାଥିଲି ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ୩ଜଣ କର୍ମଚାରୀ ଥିବା ବେଳେ କାଲିମେଳା ଅଚଂଳରୁ ଜଣେ ଓ ଅନ୍ୟ ୩ ଜଣ ପୁର୍ବ ସଂକ୍ରମଣ ଙ୍କ ସଂସ୍ପର୍ଷରେ ଆସିଥିବା ମାଲକାନଗିରି ପୌରାଚଂଳ କଟେଂନମେଟଂ ଜୋନ ଅଚଂଳର । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୫ ହୋଇଥିବା ବେଳେ ସଥିମଧ୍ୟରୁ ୧୦୭ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୮୮ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୧୧ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ମାଲକାନଗିରି ପୌରାଚଂଳ ଓ ବାଲିମେଳା ଏନଏସି ଅଚଂଳକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଲକଡାଉନ ଘୋଷଣା କରାଯାଇଛି । କରୋନା ଚିହ୍ନଟ ହୋଇଥିବା ମାଲକାନଗିରି ପୌରାଚଂଳ,କାଲିମେଳା,ମାଥିଲି ଅଚଂଳ କୁ କଟେଂନମେଟଂ ଜୋନ ଘୋଷଣା କରାଯାଇ ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି । ମାଲକାନଗିରି ଜିଲ୍ଲା ହସପିଟାଲ ର କରୋନା ଯୋଦ୍ଧା ଓ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କର କରୋନା ପଜିଟିଭ ଚିହ୍ନଟ ହେବାପରେ ହସପିଟାଲ ଗୁଡିକୁ ସିଲ କରିଦିଆ ଯାଇଛି, କେବଳ ଜରୁରୀକାଳିନ ରୋଗୀ ସେବା ଚାଲିଛି, ଅନ୍ୟାନ ସାଧରଣ ରୋଗୀଙ୍କ ସ୍ୱାସ୍ଥ୍ୟସେବା ଠପ ହୋଇଯାଇଛି । ଏମିତି କି ଉଚରକ୍ତଚାପ ରୋଗୀ ଙ୍କର ବ୍ଲଡପ୍ରେସର ମାପିବା ଓ ଡାଇବେଟିସ ରୋଗୀଙ୍କୁ ପରୀକ୍ଷା କରିବା ପାଇଁ ମଧ୍ୟ ଡାକ୍ତରଖାନାରେ ବ୍ୟବସ୍ଥା ନଥିବାରୁ ଏହି ରୋଗୀ ମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.