Home ଅନୁଗୁଳ ବରିଷ୍ଠ ନାଗରିକ ବିନୋଦ ପ୍ରଧାନଙ୍କ ପରଲୋକ

ବରିଷ୍ଠ ନାଗରିକ ବିନୋଦ ପ୍ରଧାନଙ୍କ ପରଲୋକ

26

ତାଳଚେର, ୨୬/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ କଳମଛୁଇଁ ପଂଚାୟତସ୍ଥିତ ସୋଲଡା ଗ୍ରାମର ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ପ୍ରଧାନଙ୍କ ୬୨ବର୍ଷ ବୟସରେ ପରଲୋକ ହୋଇଯାଇଛି। କିଛିଦିନ ଧରି ସେ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତିନି ପୁତ୍ର, ପୁତ୍ରବଧୂ ତଥା ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ଜଣେ ଧାର୍ମିକ, ପରୋପକାରୀ ତଥା ନାଟ୍ୟପ୍ରେମୀ ବ୍ୟକ୍ତି ଭାବରେ ସେ ଆଖପାଖ ଅଂଚଳରେ ବେଶ୍ ପରିଚିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.