Home ଜିଲ୍ଲା ପରିକ୍ରମା ହଜି ଯାଉଥିବା ପରମ୍ପରାକୁ ଯୁବପିଢିଙ୍କ ମଧ୍ୟରେ ଜାଗ୍ରତ କରାଇବାକୁ ପ୍ରୟାସ ଅଭିନନ୍ଦନୀୟ, ସଂସ୍କୃତି ଓ ପରମ୍ପରା...

ହଜି ଯାଉଥିବା ପରମ୍ପରାକୁ ଯୁବପିଢିଙ୍କ ମଧ୍ୟରେ ଜାଗ୍ରତ କରାଇବାକୁ ପ୍ରୟାସ ଅଭିନନ୍ଦନୀୟ, ସଂସ୍କୃତି ଓ ପରମ୍ପରା ଆମ ଜାତିର ପରିଚୟ, ମକର ଉତ୍ସବ ଓ ବନ୍ଧୁ ମିଳନ

36

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅମେ ଆଧୁନିକତା ମଧ୍ୟରେ ଆମ ସଂସ୍କୃତି ଆମ ପରମ୍ପରାକୁ ଭୁଲି ଯାଉଛୁ। ସଂସ୍କୃତି ଓ ପରମ୍ପରା ହେଉଛି ଆମ ହିନ୍ଦୁ ଧର୍ମ, ଓଡ଼ିଆ ଜାତିର ପରିଚୟ। ଏହି ହଜି ଯାଉଥିବା ପରମ୍ପରାକୁ ଯୁବ ପିଢିଙ୍କ ମଧ୍ୟରେ ଜାଗ୍ରତ କରାଇବା ସହିତ ସେମାନଙ୍କ ଏ ବିଷୟରେ ଅବଗତ କରାଇବା ଆମ୍ଭମାନଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ ବୋଲି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକଘର ସନ୍ନିକଟ ନିଳଲୋହିତ ମନ୍ଦିର ପ୍ରାଙ୍ଗଣରେ ନିଳଲୋହିତ ମନ୍ଦିର କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ମକର ଉତ୍ସବ ପାଳନ ଓ ବନ୍ଧୁ ମିଳନ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ସାମ୍ବାଦିକ ତପନ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଆବାହକ ଅମ୍ବିକା ପ୍ରସନ୍ନ ଦାସ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟବକ୍ତା ପୂର୍ବତନ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ସାହୁ ତାଙ୍କ ବକ୍ତବ୍ୟରେ ମଣିଷ ଆଜି ବି ତା’ର ପରମ୍ପରାକୁ ଭୁଲି ନାହିଁ। ଆଗାମୀ ସମୟରେ ମଧ୍ୟ ଭୁଲିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ନାଟ୍ୟକାର ପ୍ର. ଅଟଳ ବିହାରୀ ନାୟକ ଯୋଗ ଦେଇ ମକର ପର୍ବ ବନ୍ଧୁତାର ପର୍ବ। ମକର ପର୍ବ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଥିବା ତଥ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ଏହି ଅବସରରେ ମନ୍ଦିର ସୁରକ୍ଷା, ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଥିବା ମଦନ ମୋହନ ଦାଶ, ଦେବାଶିଷ ମହାନ୍ତି, ଅଶୋକ ପହି, ଅଶୋକ ଦାସ, ମୁରଲୀଧର ପଣ୍ଡା, କାର୍ତ୍ତିକ ରାଉତ, ବିନୟ ବଳ, ନିରଞ୍ଜନ ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ମଧ୍ୟାହ୍ନରେ ଖିଚୁଡି ପ୍ରସାଦ ବଣ୍ଟନ କରାଯାଇଥିବା ବେଳେ ସନ୍ଧ୍ୟାରେ ପୋଡ଼ପିଠା ଓ ମକର ଚାଉଳ ଭୋଗ ବଣ୍ଟନ କରାଯାଇଥିଲା। ସମସ୍ତେ ଏକତ୍ରିତ ହୋଇ ମକର ଚାଉଳ ଖାଇଥିଲେ। ଶେଷରେ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.