Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ଶତାଧିକ ବସ୍ତା ଧାନ, କଚଡା ଆଦି ଜଳିଗଲା

ଅଗ୍ନିକାଣ୍ଡରେ ଶତାଧିକ ବସ୍ତା ଧାନ, କଚଡା ଆଦି ଜଳିଗଲା

25

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତର ସଂପୋଇ ଗ୍ରାମରେ ଗତକାଲି ରାତ୍ର ପ୍ରାୟ ୨ଟା ବେଳେ ଅକସ୍ମାତ ଅଗ୍ନିକାଣ୍ଡ ଘଟି ଚାଷୀ ବୃନ୍ଦାବନ ପରିଡାଙ୍କ ଖଳାରେ ଥିବା କଚଡା, ଓଜନ ହୋଇସାରିଥିବା ଶତାଧିକ ବସ୍ତା ଧାନ, ନଡା, ବେଙ୍ଗଳା ଧାନ ଆଦି ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ନିକଟରେ ବିଦ୍ୟୁତ ତାର କିମ୍ବା ଅଗ୍ନି ନଥିବା ବେଳେ ଗୃହ ଠାରୁ ୧୦୦ ମିଟର ଦୂରରେ ଥିବା ଖଳାରେ ଅଗ୍ନିକାଣ୍ଡ କପରି ହେଲା ତାହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଖବର ପାଇ ଭଣ୍ଡାରିପୋଖରୀରୁ ଦମକଳବାହନୀ ଘଟଣାସ୍ଥଳରେ ପହଞ୍ôଚ ଅଗ୍ନିକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଅମଳ ଧାନ, ନଡା ଆଦି ପୋଡିଯାଇଛି। ଭାଗଚାଷ କରି ଜୀବିକା ନିର୍ବାହ କରୁଥିବା ବିପନ୍ନ ବୃନ୍ଦାବନଙ୍କୁ ପ୍ରଶାସନିକ ସହାୟତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.